ଅସ୍ତରଙ୍ଗ (୧୪/୦୨) ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆପଟା ମଠ ବିରଞ୍ଚି ନାରାୟଣୀ ଠାକୁରାଣୀଙ୍କ ମନ୍ଦିର ନିକଟସ୍ଥ ସରକାରୀ ଜମିରୁ ଦିନ ଦିପହରରେ ବ୍ୟାପକ ଗଛ କଟା ଚାଲିଥିବା ଅଭିଯୋଗ ହୋଇଛି। କାଠ ମାଫିଆମାନେ ନିର୍ଭୟରେ ଲକ୍ଷାଧିକ ଟଙ୍କାର ଆକାଶି ଗଛ କାଟି ଚୋରା ଚାଲାଣ କରୁଥିବା ବେଳେ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗର ନିରବତା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।କୌଣସି ଲୁଚାଛପା ନୁହେଁ, ବରଂ ଦିନ ଦିପହରରେ ମାଫିଆମାନେ ସକ୍ରିୟ ରହୁଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବି ପ୍ରଶାସନ କୌଣସି ଦୃଢ଼ ପଦକ୍ଷେପ ନେଉନାହିଁ।
ଉପକୂଳବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏହି ଗଛଗୁଡ଼ିକ ପ୍ରାକୃତିକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରନ୍ତି। ମାତ୍ର ମାଫିଆମାନେ ନିଜର ଆର୍ଥିକ ଫାଇଦା ପାଇଁ ଏହି ସରକାରୀ ସମ୍ପତ୍ତିକୁ ନଷ୍ଟ କରିବାରେ ଲାଗିଛନ୍ତି। ଯଦି ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ତେବେ ଆଗାମୀ ଦିନରେ ଏହି ଅଞ୍ଚଳ ଲଣ୍ଡା ହୋଇଯିବାର ଆଶଙ୍କା ରହିଛି।
ଏହି ବେଆଇନ କାର୍ଯ୍ୟ ପଛରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଥାଇପାରେ। ସେମାନେ ଦାବି କରିଛନ୍ତି ଯେ ବନ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି କଟାଯାଇଥିବା ଗଛକୁ ଜବତ କରୁ।
ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ମାଫିଆଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ସ୍ଥାନୀୟ ତହସିଲଦାର ଓ ପୋଲିସ ଏଥିରେ ହସ୍ତକ୍ଷେପ କରି ସରକାରୀ ଜମିକୁ ସୁରକ୍ଷିତ ରଖନ୍ତୁ।ଯଦି ପ୍ରଶାସନ ପକ୍ଷରୁ କୌଣସି ତଦନ୍ତ ନ ହୁଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଜନସାଧାରଣ ଆନ୍ଦୋଳନ ପନ୍ଥା ଆପଣେଇବେ ବୋଲି ଚେତାବନୀ ଦେଇଛନ୍ତି।
ରାଜ୍ୟ
ଅସ୍ତରଙ୍ଗରେ ବେଆଇନ କାଠ ମାଫିଆଙ୍କ ରାଜ୍: ବିରଞ୍ଚି ନାରାୟଣୀ ମଠ ନିକଟରୁ ଲକ୍ଷାଧିକ ଟଙ୍କାର ଆକାଶି ଗଛ ଚୋରି
- Hits: 3








