ହେଡଲାଇନସ୍:

ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁରବୋରୀ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଂଚାୟତର ବୋରୀ ପିଏମ୍ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ- ୨୦୨୫/୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ I ଛାତ୍ରଛାତ୍ରୀଙ୍କ ପ୍ରଗତିରେ ଅଭିଭାବକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସଫଳତା ପାଇବା ପାଇଁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାର ଆବଶ୍ୟକ ରହିଛି ବୋଲି ବିଧାୟକ ଶ୍ରୀ ବିଷୋୟୀ ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତା ରୂପେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦିଲ୍ଲୀପ୍ କୁମାର ଖୁଣ୍ଟିଆ ଯୋଗ ଦେଇ ଭାଗବତ, ବେଦ, ଗୀତା, ରାମଚରିତ ମାନସର ଉଦାହରଣ ଦେଇ ଭାରତୀୟ ସଂସ୍କୃତିକୁ ଉନ୍ନତି କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ଜିଲ୍ଳା ପରିଷଦ ସଭ୍ୟ ସୁଧୀର କୁମାର ଜେନା, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର,କବି ପ୍ରଶାନ୍ତ ମହାନ୍ତି, ଲୋହରାଖଣ୍ଡି ସାହିତ୍ୟ ସଂସଦ ସମ୍ପାଦକ ଚିନ୍ମୟ ବେବର୍ତ୍ତା, ଗାଙ୍ଗପୁର ନାଏବ ସରପଞ୍ଚ ଦ୍ୱିତୀକୃଷ୍ଣ ବିଷୋୟୀ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ପାଣି , ପୂର୍ବତନ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କେଦାର ଚନ୍ଦ୍ର ବିଷୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷକ ଏବଂ ପୂର୍ବତନ ପରିଚାଳନା କମିଟି ସଭାପତି, ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଦ୍ୟାଳୟ ତରଫରୁ ଉପଢ଼ୌକନ ଦେଇ ସମ୍ମାନିତ କରାଯିବା ସହିତ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯଥାକ୍ରମେ ଶୁଭଶ୍ରୀ ବିଶ୍ୱାଳ, ଦେବସ୍ୱିନୀ ବିଷୋୟୀ, ଆୟୁଷ୍ମାନ୍ ବିଷୋୟୀ,ସାଇରାଜ ଗୌଡ଼, ଲଗ୍ନା ବେହେରା, ଚନ୍ଦ୍ରମଣି ବିଶ୍ୱାଳ, ପ୍ରହଲ୍ଲାଦ ନାୟକ, ଲିପ୍ସାରାଣୀ ଜେନା, ରୁଦ୍ରମାଧବ ବିଷୋୟୀ ଏବଂ ଚନ୍ଦ୍ରଶେଖର ବିଷୋୟୀଙ୍କୁ ସମ୍ମାନିତ କରାଯାଇଥିଲା I
ଶିକ୍ଷକ ବିଷ୍ଣୁ ପ୍ରସାଦ ପଣ୍ଡା ଏବଂ ଶିଶିର କୁମାର ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ପାଢୀ ବାର୍ଷିକ ବିବରଣୀ ପାଠ କରିଥିଲେ I ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅତିଥି, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା Iବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶିକ୍ଷକ ଲକ୍ଷ୍ମୀଧର ଗୌଡ଼, ଅଶୋକ କୁମାର ବେହେରା, ପ୍ରମୋଦ କୁମାର ସାହୁ, ମନୋରଞ୍ଜନ ବିଷୋୟୀ, ଭୀଷ୍ମ ପ୍ରଧାନ,ଅଭୟ ପୃଷ୍ଟି, ଗୌତମ ପାତ୍ର, ଲୁଚିତ କୁମାର ବିଷୋୟୀ, ସୁନିତା ଦାଶ,ଲିପି ପ୍ରଧାନ, ନଙ୍ଗାରାମ ହାଁସଦା, ଶୁଭଶ୍ରୀ ପଣ୍ଡାଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ, ପରିଚାଳନା କମିଟି ସଦସ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ଶିକ୍ଷକ ଲକ୍ଷ୍ମୀଧର ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault