ଜିଲ୍ଲା ସ୍ତରୀୟ ଜନଗଣନା 2026 ପାଇଁ ସମୀକ୍ଷା ଏବଂ ପ୍ରଶିକ୍ଷଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନୟାଗଡ଼ :- ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ, ବର୍ଷ୨୦୨୭ ଜନଗଣନା ନିମନ୍ତେ ଜିଲ୍ଲା ସ୍ତରୀୟ ଜନଗଣନା ଅଧିକାରୀ ଙ୍କ ସମୀକ୍ଷା ଏବଂ ପ୍ରଶିକ୍ଷଣ କାର୍ଯକ୍ରମ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯକ୍ରମ ଆଗାମୀ ଅପ୍ରିଲ ୧୬ ତାରିଖ ରୁ ମେ ୧୫ ତାରିଖ ପର୍ଯନ୍ତ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ଜନଗଣନାକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଅଧିକାରୀ ମାନେ ଦାୟିତ୍ଵବାନ ହେବାକୁ ପରାମର୍ଶ ଦେଇଥିଲେ। ପ୍ରଥମ ଥର କରି ଏଥର digital ମାଧ୍ୟମରେ ଜନଗଣନା ହେବାକୁ ଯାଉଅଛି। ତେଣୁ, ଅପ୍ରିଲ ୧ ରୁ ୧୫ ତାରିଖ ମଧ୍ୟରେ ୩ ଜନଗଣନାର ସୁବିଧା ଉପଲବ୍ଧ ହୋଇଅଛି, ଯେଉଁଥିରେ census portal ରେ log in କରି ଯେ କୌଣସି ବ୍ୟକ୍ତି ନିଜର ସମସ୍ତ ତଥ୍ୟ ଅପଲୋଡ କରିପାରିବେ ।

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ, ଶ୍ରୀମତୀ ରୋଜିନା ଦାସ କହିଥିଲେ ଯେ ଜନଗଣନା ହେଉଛି ଦେଶର ଦର୍ପଣ ସଦୃଶ ଏଥିରେ କେବଳ ବ୍ୟକ୍ତି ବିଶେଷ ଙ୍କର ଗଣନା ନୁହେଁ ବରଂ ପ୍ରତ୍ୟକ ପରିବାରର ଆର୍ଥିକ ସାମାଜିକ ଅବସ୍ଥାର ସମ୍ପୂର୍ଣ ବିବରଣୀ ପରିଦର୍ଶିତ ହୋଇଥାଏ। ଏଥର ଜନଗଣନାକାରୀ ମାନେ ପ୍ରତ୍ୟକ ଘର ଘର ବୁଲି ମୁରବିମାନଙ୍କୁ ସମ୍ପୂର୍ଣ ବିବରଣୀ ପାଇଁ ୩୩ ଟି ପ୍ରଶ୍ନ ପଚାରିବେ। ତେଣୁ ସମସ୍ତେ ନିଜର ସଠିକ ତଥ୍ୟ ପ୍ରଦାନ କରିବା ପାଇଁ କହିଥିଲେ। ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟରୁ deputy director ପବିତ୍ର କୁମାର ମହଲା, training officer ଭାବେ ଯୋଗ ଦେଇ ଅଧିକାରୀ ମାନଙ୍କୁ ଜନଗଣନାର ପ୍ରକ୍ରିୟା, ଡିଜିଟାଲ ଉପକରଣର ବ୍ୟବହାର, ଗୃହ ତାଲିକା ଏବଂ ସେମାନଙ୍କର ଦାୟିତ୍ଵ ତଥା ଆଗାମୀ ଜନଗଣନାକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ ।

0
0
0
s2sdefault