ପଦ୍ମପୁର / ଶିବାଶିଷ ପଟ୍ଟନାୟକ (୫/୨): ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ପଦ୍ମପୁର ସ୍ପୋର୍ଟସ ଆସୋସିଏସନ ଦ୍ଵାରା ପଦ୍ମପୁର କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ର ସଫଳ ଅୟୋଜନ ପାଇଁ ପ୍ରତାପ କୁମାର ମିଶ୍ର ଙ୍କ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଚଳିତ ମାସ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାରି ଦିନ ବ୍ୟାପି ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ଏବଂ ଆଠ ଗୋଟି ଦଳ ଯୋଗ ଦେବେ ବୋଲି ସଭାପତି ଶ୍ରୀ ମିଶ୍ର ସୁଚନା ଦେଇଥିଲେ l ଆଜି ର ଏହି ସାମ୍ୱାଦିକ ସମ୍ମିଳନୀ ରେ ଆସୋସିଏସନ୍ ର ଉପ ସଭାପତି ସଚ୍ଚିଦାନନ୍ଦ ବହିଦାର, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, କୋଷଧ୍ୟକ ସଂଜୀବ କୁମାର ମାଝୀ, ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଡକ୍ଟର ନାରାୟଣ ପୁରୋହିତ ଉପସ୍ଥିତ ଥିବା ବେଳେ ସଦସ୍ୟ ସରୋଜ ମିଶ୍ର, ଅଶୋକ କାଲସାଏ ନରେନ୍ଦ୍ର ସାହୁ, ନିରୋଜ ସିନ୍ହା, ପପୁ ନାୟକ, ଅଭିମନ୍ୟୁ ପୃଷ୍ଟି, ସୁନୀଲ ବାରିକ, ପ୍ରଦୀପ ଯାଲ, ପ୍ରଦୀପ ପାତ୍ର, ଗିରିଶ ସାହୁ, ନରେଶ ବାରିକ, ରାଜେଶ ପଟ୍ଟନାୟକ, ନରୋତ୍ତମ ପଧାନ ଓ ଜୟପାଲ ଭୋଇ ପ୍ରମୁଖ ସହଯୋଗ କରିଥିଲେ l ଶେଷ ରେ ଡକ୍ଟର ନାରାୟଣ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ l
ରାଜ୍ୟ
ପଦ୍ମପୁର ସ୍ପୋର୍ଟସ ଆସୋସିଏସନ ତତଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ।
- Hits: 202








