ହେଡଲାଇନସ୍:

ଶିଳ୍ପ , ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଶିଳ୍ପ , ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ସଂପଦ ଚନ୍ଦ୍ର ସ୍ୱାଇଁ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତ ରେ ଆସି ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଓ ଜଙ୍ଗଲପାଡୁ ଧାନ କ୍ରୟ ମଣ୍ଡି ପରିଦର୍ଶନ କରି ସ୍ଥାନୀୟ ଚାଷୀ ମାନଙ୍କ ସହିତ ଧାନ କ୍ରୟ ବିଷୟରେ ପଚାରି ବୁଝିଥିଲେ।
ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଧାନ କ୍ରୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମୀକ୍ଷା ବୈଠକରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ , ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ , ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନୀଦ୍ର ହୋନନାଗା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା ପ୍ରମୁଖ ଉପସ୍ଥିତରେ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଶିଳ୍ପ , ଦକ୍ଷତା ବିକାଶ ଏଵଂ ବୈଷୟିକ ଶିକ୍ଷା ସମେତ ଚଳିତ ୨୦୨୫-୨୬ ଖରିଫ ବର୍ଷ ଧାନ କ୍ରୟ କରିବା ପାଇଁ ଆଲୋଚନା କରାଯାଇଥିଲା।
ଜିଲ୍ଳାର ୪୫ ଗୋଟି ମଣ୍ଡି ରେ ସୁଚାରୁ ରୁପେ ଧାନ କ୍ରୟ କରାଯାଉଛି। ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି , ବୃହତ କାର କୃଷି ସମବାୟ ସମିତିରେ ପଞ୍ଜୀକରଣ ହୋଇଥିବା ସମସ୍ତ ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ବ୍ୟବସ୍ଥା ରହିଛି। ସେହିପରି ଧାନ କ୍ରୟ କରିବା ପାଇଁ ପୁଙ୍ଖାନୁୁପୁଙ୍ଖ ସମୀକ୍ଷା କରିବା ସହିତ ଚାଷୀଙ୍କ ଧାନ ସଠିକ ସମୟ ମଧ୍ୟରେ ଧାନ କିଣିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଧାନ କ୍ରୟ ସମୟରେ ବିଭଗର ସମସ୍ତ କର୍ମଚାରୀ ସଚେତନତା ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଜିଲ୍ଲାରେ ଶିଳ୍ପ ସମୃଦ୍ଧି କରିବା ପାଇଁ ସରକାର ୭ ଗୋଟି ଶିଳ୍ପ କୁ ପ୍ରତିଷ୍ଠା କରିବା ପାଇଁ ମଞ୍ଜୁର କରିଛନ୍ତି। ଏହି ସମସ୍ତ ଶିଳ୍ପ ସମୟ ସୀମା ମଧ୍ୟରେ ସାରିବା ପାଇଁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଶିଳ୍ପ ପ୍ରତିଷ୍ଠା ହେଲେ ଜିଲ୍ଲାର ବହୁ ସଂଖ୍ୟାରେ ଯୁବକ ଯୁବତୀ ନିଯୁକ୍ତି ପାଇପାରିବେ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ। ପରେ ପଲିଟେକନିକ୍ କଲେଜ ପରିଦର୍ଶନ କରି ଛାତ୍ର ଛାତ୍ରଙ୍କ ସହିତ ଆଲୋଚନା କରିଥିଲେ ଓ ସେଠାରେ ଜିଲ୍ଲାର ପ୍ରଥମ ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ଘୋଷଣା କରିଥିଲେ , ଯାହାରି ଫଳରେ ପିଲାଏ ପ୍ରଯୁକ୍ତିବିଦ୍ୟା , ବ୍ୟବସାୟ କିମ୍ବା ଦକ୍ଷତା ବଳରେ ନବ ସୃଜନ ମାନେ ଆଗେଇ ଆସିବେ ଓ ମାନକି କରଣ ସୁନିଶ୍ଚିତ କରିପାରିବେ ଓ ତାଲିମ୍ ପାଇ ଜ୍ଞାନ ଆହରଣ କରି ନିଜର କାର୍ଯ୍ୟ ଦକ୍ଷତା ରେ ଉନ୍ନତୀ କରିପାରିବେ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।
ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଲା ନିବନ୍ଧକ ଗଜପତି ଶ୍ରୀଯୁକ୍ତ ହରିହର ସେଠ୍ , ସେକ୍ରେଟାରୀ , ସମବାୟ ସମିତି ପାରଳାଖେମୁଣ୍ଡି ଶ୍ରୀ ରେବତୀ ମୋହନ ରାଉତ , ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁହାନ୍ ଭୋଇ , ଜିଲ୍ଲା ଦକ୍ଷତା ବିକାଶ ଓ ନୀୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରୀପାଠୀ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault