ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ମାଲକାନଗିରି, ୫/୨/୨୬:: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ଝିଲିଗୁଡ଼ା ଗ୍ରାମରେ ଅବୈଧ କ୍ରସରକୁ ନେଇ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଦୁଇ ଦିନ ପୂର୍ବେ ଗ୍ରାମବାସୀ ମାନେ ଏହି କ୍ରସରକୁ ବନ୍ଦ କରିଥିବା ଜଣାପଡ଼ିଛି। ଘଟଣା ସୂଚନା ପାଇବା ପରେ ଉପ ଜିଲ୍ଲାପାଳ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି I ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ଜମିରେ କ୍ରସର ଚାଲୁଛି ସେହି ଜମି ଆଦିବାସୀଙ୍କ ନାମରେ ପଟା ଅନ୍ତର୍ଭୁକ୍ତ ଅଛି। ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ, କ୍ରସରରୁ ଉଡୁଥିବା ଧୂଳି ଓ ଡଷ୍ଟ ଯୋଗୁଁ ଚାରିପାଖରେ ଥିବା ଗଛଗୁଡ଼ିକ ଶୁଖ୍ ମରୁଛି ଓ ଜଙ୍ଗଲ ସମ୍ପଦ ଭୟଙ୍କର ଭାବେ ନଷ୍ଟ ହେଉଛି। ସେହିପରି ପଥର ବ୍ଲାଷ୍ଟ କାରଣରୁ ଗ୍ରାମର ଘରଗୁଡ଼ିକରେ ଧାର ଫାଟିଯାଇଥିବା ବେଳେ ଗ୍ରାମ ରାସ୍ତା ମଧ୍ୟ ଭାଙ୍ଗି ଯାଇଛି। ଏହି ସମସ୍ୟାଗୁଡ଼ିକୁ ନେଇ ଗ୍ରାମବାସୀମାନେ ପ୍ରଶାସନ ନିକଟରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି I ତଦନ୍ତ ରିପୋର୍ଟ ଆସିବା ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟ
କ୍ରସର ବିରୋଧରେ ଗ୍ରାମବାସୀଙ୍କ ଅଭିଯୋଗ
- Hits: 4








