ହେଡଲାଇନସ୍:

୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପୋରୀ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦୁଝର,ତା୪/୨- ପିଏମଶ୍ରୀ ସନ୍ଥେ ଭଞ୍ଜ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ,ପଳାଶପଙ୍ଗା ଠାରେ ୩୮ତମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ ଓ ଗାଇଡ୍ କ୍ୟାମ୍ପୋରୀ ଉଦଘାଟିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ ଆୟୋଜିତ ଏହି କ୍ୟାମ୍ପୋରୀରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଯୋଗ ଦେଇ ସ୍କାଉଟ୍ ଓ ଗାଇଡ୍ ମାନଙ୍କୁ ସମାଜର କଲ୍ୟାଣମୂଳକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ଛାତ୍ର ଛାତ୍ରୀମାନଙ୍କୁ ଭଲ ମଣିଷ ହେବା ନିମନ୍ତେ ପରାମର୍ଶ ଦେଇଥିଲେ।ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ଏହି କ୍ୟାମ୍ପୋରୀରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ,ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ଗଣେଶ୍ୱର ମହାନ୍ତ,ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାସ,ଜିଲ୍ଲା କମିଶନର ସ୍କାଉଟ୍ ସୁଶୀଲ କୁମାର ନାୟକ,ଜିଲ୍ଲା କମିଶନର ଗାଇଡ୍ ସନ୍ତୋଷିନୀ ସେଠୀ ଯୋଗ ଦେଇ ସ୍କାଉଟ୍ ଏବଂ ଗାଇଡ୍ ମାନଙ୍କୁ ଉତ୍ସାହିତ କରିଥିଲେ।

ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୬୦୦ ଜଣ ସ୍କାଉଟ୍,ଗାଇଡ୍,ସ୍କାଉଟ୍ ମାଷ୍ଟର,ଗାଇଡ୍ କ୍ୟାପଟେନ ଯୋଗ ଦେଇଥିଲେ।କ୍ୟାମ୍ପୋରୀ ପରିଚାଳନାରେ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ,ଫକୀର ମୋହନ ମହାନ୍ତ,ଦେବୀଦାସ ପଣ୍ଡା,ସଚ୍ଚିଦାନନ୍ଦ ମହାନ୍ତ,ମୌଳିନ୍ଦୁ ମହାନ୍ତ,ପ୍ରଶାନ୍ତ କୁମାର ପରିଡ଼ା,ରଞ୍ଜନ କୁମାର ମହାନ୍ତ,ସଂଯୁକ୍ତା ନାଥ ତଥା ପିଏମ୍ ଶ୍ରୀ ସ6ନ୍ଥଭଞ୍ଜ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପଳାଶପଙ୍ଗାର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।ଶେଷରେ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault