ନାଏବ ସରପଞ୍ଚ ଙ୍କ ସ୍ୱାମୀ ମାଡ଼ ରେ ଏସିଏମ ଗୁରୁତ୍ୱର: ଉଭୟ ପକ୍ଷ ରୁ ଏତଲା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଅସ୍ତରଙ୍ଗ୩/୨, ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟି ପଞ୍ଚାୟତ ରଘୁନାଥପୁର ଅଞ୍ଚଳ ରେ ଆଜି କେନ୍ଦ୍ରାପଟି ପଞ୍ଚାୟତ ନାଏବ ସରପଞ୍ଚ ଙ୍କ ସ୍ୱାମୀ ସୁଦାମ ପ୍ରଧାନ ଙ୍କ ମାଡ଼ ରେ ପମ୍ପ ହାଉସ ଏସିଏମ ନୁଆସାହି ଗ୍ରାମ ର ବାବୁଲି ପ୍ରଧାନ ଗୁରୁତ୍ୱର ହୋଇ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର ହୋଇଛନ୍ତି ଯେଉଁ ଘଟଣା କୁ ନେଇ ବାବୁଲି ପ୍ରଧାନ ଙ୍କ ଧର୍ମପତ୍ନୀ ବିନୋଦିନୀ ପ୍ରଧାନ ଅସ୍ତରଙ୍ଗ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି, ସୂଚନା ମୁତାବକ ରଘୁନାଥପୁର ରେ ଥିବା ବସୁଧା ଯୋଜନା ଅଧୀନରେ ପମ୍ପହାଉସ ଦୀର୍ଘ ମାସ ହେବ ଅଚଳ ହୋଇ ପଡିଥିଲା, ଯାହାକି ଫଳରେ ପାଖାପାଖି ରଘୁନାଥପୁର, ଅମରଆଳୁ, ନମାରୋ ଅଞ୍ଚଳ ର ହଜାର ହଜାର ଲୋକ ପନୀୟ ଜଳ ପାଇବାରୁ ବଞ୍ଚିତ ରହିଥିଲେ, ଏହି ବାବଦରେ ଅସ୍ତରଙ୍ଗ ବ୍ଲକ ରେ ବିଭାଗୀୟ ଯନ୍ତ୍ରୀ ଙ୍କୁ ସ୍ଥାନୀୟ ଲୋକ ଅଭିଯୋଗ ଶୁଣାଇବା ପରେ ଯନ୍ତ୍ରୀ ଙ୍କ ନିର୍ଦ୍ଧେଶ ରେ ଠିକାଦାର ସୁପରଭାଇଜର ପରାମର୍ଶ ଦେଇଥିଲେ ପମ୍ପ ହାଉସ କୁ ମରାମତି କରି ତୁରନ୍ତ ଲୋକ ଙ୍କୁ ପାନୀୟଜଳ ଯୋଗାଇ ଦେବା ପାଇଁ l ନୁଆସାହି ଗ୍ରାମ ର ପମ୍ପ ଡ୍ରାଇଭର ବାବୁଲି ପ୍ରଧାନ ଜଣେ ପ୍ରଶାସନ ର ସ୍ୱୀକୃତି ପ୍ରାପ୍ତ ପମ୍ପ ଡ୍ରାଇଭର ଭାବେ କାମ କରନ୍ତି ଆଉ ପ୍ରଶାସନ ର ନିର୍ଦ୍ଧେଶ ରେ ବାବୁଲି ପ୍ରଧାନ ସୁପରଭାଇଜର ଙ୍କ ସହ ପହଞ୍ଚି ଥିଲେ ପମ୍ପ ହାଉସ ରେ ମରାମତି କାର୍ଯ୍ୟ କରିବା ପାଇଁ, ମାତ୍ର ସେଠି କୌଣସି କାରଣ ରୁ ସୁଦାମ ପ୍ରଧାନ ସୁପର ଭାଇଜର ଙ୍କୁ ଗାଳିଗୁଲଯ କରି ମାରିବା ପାଇଁ ଧମକ ଚମକ ଦେଇଥିଲେ ମାତ୍ର ସୁପରଭାଇଜର ଘଟଣା ସ୍ଥଳରୁ ଜୀବନ ବଂଚେଇବା ପାଇଁ ପଳେଇ ଆସିବା ପରେ ସୁଦାମ ପ୍ରଧାନ ଓ ତାଙ୍କ ପୁଅ ସାଗର ପ୍ରଧାନ ନଡ଼ିଆ ବାହୁଙ୍ଗା ରେ ବାବୁଲି ପ୍ରଧାନ ଙ୍କୁ ଆକ୍ରମଣ କରି ତାଙ୍କ ଛାତି ରେ ମାଡ଼ ମାରି ତଳେ ପକାଇ ଦେଇଥିଲେ, ତାଙ୍କ ଘର ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ବାବୁଲି ଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ ସେଠି ଅବସ୍ଥା ଗୁରୁତ୍ୱର ହେବାରୁ ବାବୁଲି ଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ବୋଲି ମେଡିକାଲ ରୁ ସୂଚନା ମିଳିଛି l ଏଥିନେଇ ଅସ୍ତରଙ୍ଗ ଥାନା ରେ ବାବୁଲି ଙ୍କ ଧର୍ମପତ୍ନୀ ବିନୋଦିନୀ ପ୍ରଧାନ ସୁଦାମ ପ୍ରଧାନ, ତାଙ୍କ ପୁଅ ସାଗର ପ୍ରଧାନ ଓ ସୁଦାମ ଙ୍କ ଧର୍ମପତ୍ନୀ ମିନତୀ ପ୍ରଧାନ ଙ୍କ ନାମ ରେ ଅସ୍ତରଙ୍ଗ ଥାନା ରେ ଏତଲା କରିଛନ୍ତି, ଠିକ ସେହିପରି ବାବୁଲି ପ୍ରଧାନ ଙ୍କ ନାମ ରେ ସୁଦାମ ଙ୍କ ଧର୍ମ ପତ୍ନୀ ମିନତୀ ପ୍ରଧାନ ଅସ୍ତରଙ୍ଗ ଥାନା ରେ ଏତଲା କରିଛନ୍ତି ବୋଲି ଥାନା ତରଫରୁ ସ୍ପଷ୍ଟ କରାଯାଇଛି,ଏହି ଘଟଣା କାଇଁ ଘଟିଛି ଏହା ପଛରେ ବ୍ୟକ୍ତିଗତ କାରଣ କି ରାଜନୈତିକ କାରଣ ରହିଛି ତାହା ବର୍ତ୍ତମାନ ସୁଧା ଅସ୍ପଷ୍ଟ ରହିଛି, ଉଭୟ ପକ୍ଷ ରୁ ଏତଲା ହେବା ପରେ ପୋଲିସ ତରଫରୁ ନିରପେକ୍ଷ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି l

0
0
0
s2sdefault