ହେଡଲାଇନସ୍:

ବନାରସ ଯାତୀୟ ସାହିତ୍ୟ ମହୋତ୍ସବରେ ଚମକିଲେ ମାଲକାନଗିରି ଝିଅ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୩/୨/୨୬ - ନବ ଭାରତୀୟ ଓ ନିର୍ମାଣ ସମିତି ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଯୁଗ୍ମ ଆୟୋଜନରେ ଚତୁର୍ଥ ବନାରସ ସାହିତ୍ୟ ମହୋତ୍ସବ ଜାନୁଆରୀ ୩୦ ଠାରୁ ଫେବ୍ରୁଆରି ୧ ତାରିଖ ଯାଏଁ ଆୟୋଜିତ ଏହି ତିନିଦିଆ ମହୋତ୍ସବରେ ଭାରତ ସାହିତ୍ୟ, ସଂସ୍କୃତି ଓ କଳାର ମହାସଙ୍ଗମ ବନାରସର ହୋଟେଲ ତାଜ ଠାରେ ଅନୁସ୍ଥିତି ହୋଇଯାଇଛି। ଦେଶର କୋଣ ଅନୁକୋଣରୁ ପ୍ରାୟ ୧୦୦୦ରୁ ଊର୍ଦ୍ଧ୍ଵ ପ୍ରତିଯୋଗୀ ଯୋଗ ଦେଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଝିଅ ଡି ରାଜ ରାଜେଶ୍ଵରୀ ପଟ୍ଟନାୟକ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଚୟନ ହୋଇ ଓଡିଶାର ପ୍ରତିନିଧିତ୍ଵ କରିଥିଲେ। ଇଂରାଜୀ ଓ ହିନ୍ଦୀ ଭାଷାରେ କବିତା ଏବଂ ପ୍ରବନ୍ଦ ଲିଖନ ପ୍ରତିଯୋଗୀତା ପାଇଁ ସେ ମନୋନୀତ ହୋଇ ଏକମାତ୍ର ଇଂରାଜୀ ଭାଷାରେ କବିୟତ୍ରୀ ହୋଇ ଭାରତ କବି ରତ୍ନ ପୁରସ୍କାର ପାଇଛନ୍ତି। ସେ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ନିଜର ପରିଦର୍ଶିତା ଦେଖାଇ ଉଚ୍ଚ ପ୍ରଶଂସିତ ହୋଇଥିଲେ। ତାଙ୍କର ଏହି ସାହିତ୍ୟ ରୁଚି ଯୋଗୁଁ ସେ ପୂର୍ବରୁ ମଧ୍ୟ ବେସ ପ୍ରଶଂସିତ ହୋଇ ବିଭିନ୍ନ ପୁରସ୍କାର ପାଇଥିବା ଜିଲ୍ଲା ପାଇଁ ଆଜି ପୁଣି ଏକ ଗୌରବ ଆଣି ଦେଇଛନ୍ତି। କାର୍ଯ୍ୟକ୍ରମରେ ଅତିଥି ଭାବେ ଦେଶର ବହୁ ବରିଷ୍ଟ ସାହିତ୍ୟିକ, କଳାକାର, କ୍ରୀଡାବିତ ଓ ସାମ୍ବାଦିକ ଯୋଗ ଦେଇଥିଲେ। ମୁଖ୍ୟତ ପଦ୍ମ ବିଭୂଷଣ ପ୍ରସିଦ୍ଧ ଅଭିନେତା ଅନୁପମ ଖେର, ପଦ୍ମଶ୍ରୀ ମାଲିନୀ ଅବସ୍ତି, ପଦ୍ମଶ୍ରୀ ଶୀନ ଖାଫ ନିଜାମ, ଲେଫ୍ଟ ଜେନେରାଲ ଆନନ୍ଦ ଚରିୟାନ, ପ୍ରସିଦ୍ଧ ସାମ୍ବାଦିକ ରୁବିଆ ଲିକାୟତ ପ୍ରମୁଖ ଉପସ୍ଥିତ ରହିଥିଲେ। ଖ୍ୟାତନାମ କବି ଓ ଗୀତିକାର ପିୟୁଷ ମିଶ୍ରଙ୍କ କବିତା ମୁଖ୍ୟ ଆକର୍ଷଣ ଥିଲା। କାର୍ଯ୍ୟକ୍ରମରେ କବିତା ପାଠ, ଆଲୋଚନା ସଭା ଭଳି ବିଭିନ୍ନ ପ୍ରତିଯୋଗୀତା ସହ ପୁସ୍ତକ ଉନ୍ମୋଚନ ହୋଇଥିଲା। ଏହି ମଞ୍ଚ ଯୁବ କବି କବିୟତ୍ରୀଙ୍କ ପାଇଁ ନୂତନ ମଞ୍ଚ ହୋଇଥିଲା। ସୁଶ୍ରୀ ପଟ୍ଟନାୟକଙ୍କ ମାତା ଗୋପୀ କୃଷ୍ଣ ଓ ହେମଲତା ଉଭୟ ସାମ୍ବାଦିକ ହୋଇଥିବା ବେଳେ ସେ ମାଲକାନଗିରି ଜିଲ୍ଲାରେ ଦଶମ ଶ୍ରେଣୀ ଯାଏଁ ଅଧୟନ କରିଥିଲେ। ଯୁକ୍ତ ଦୁଇ ବିଶାଖାପାଟଣା ଓ ବର୍ତ୍ତମାନ ଭୁବନେଶ୍ବରରେ ନିଶ୍ଚେତକ ପାରାମେଡିକାଲ ବିଭାଗରେ ସ୍ନାତକର ସେସ ବର୍ଷର ଛାତ୍ରୀ ଅଟନ୍ତି। ତାଙ୍କର ଲିଖିତ ବହୁ କବିତା ଅନେକପତ୍ରପତ୍ରିକାରେ ପ୍ରକାଶିତ ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

0
0
0
s2sdefault