କେନ୍ଦୁଝର,ତା୨/୨- କଲେଜରୋଡସ୍ଥିତ ବଣିଆପଟ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡ଼ଃ ଅନିଲ କୁମାର ଦାସଙ୍କ ସଭାପତିତ୍ଵରେ ସଭାକାର୍ଯ୍ୟ ହୋଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସଂପାଦକ ଭାଗୀରଥି ଗିରି ଓ ସଦସ୍ୟା ମନ୍ଦାକିନୀ ବେହେରା ସାରଗର୍ଭକ ମାର୍ଗଦର୍ଶନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା ସମିତିର ସଦସ୍ୟା ପଦ୍ମାବତୀ ଅମାନ୍ତ ଓ ବିଦ୍ୟାମନ୍ଦିର ପର୍ଯ୍ୟାୟ ପ୍ରମୁଖ ବନମାଳୀ ମହାନ୍ତ ଥିବାବେଳେ ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ତୃତୀୟ ଶ୍ରେଣୀରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବିଦାୟକାଳୀନ ସଭାରେ ସେମାନଙ୍କ ବକ୍ତବ୍ୟ ରଖିଥିବାବେଳେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ତାଙ୍କର ଅନୁଭୂତି ବର୍ଣ୍ଣନା କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକା ମାନେ ଏଥିରେ ସହଯୋଗ କରିଥିଲେ ।
ରାଜ୍ୟ
ବଣିଆପାଟ ଶିଶୁ ମନ୍ଦିରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
- Hits: 5








