ହେଡଲାଇନସ୍:

ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସଚେତନତାମୂଳକ ପଦଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ତା.୦୩.୦୨.୨୦୨୬ ରିଖ - ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୬ ପାଳନ ଅବସରରେ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସଚେତନତାମୂଳକ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଏହି ପଦଯାତ୍ରାର ଉଦଘାଟନ କରି କନ୍ୟାସନ୍ତାନ ମାନଙ୍କର ଶିକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ, ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ଓ ସମାନ ଅଧିକାର ସମ୍ପର୍କରେ ସାମାଜିକ ସଚେତନତା ବୃଦ୍ଧି କରିବା ନେଇ ମତପ୍ରକାଶ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରଶ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିବା ସହ କନ୍ୟାଶିଶୁଙ୍କ ସଶକ୍ତିକରଣ, ଲିଙ୍ଗ ସମାନତା ଓ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ,ସମାଜର ପ୍ରତ୍ୟେକ ବ୍ୟକ୍ତି କନ୍ୟାଶିଶୁଙ୍କ ଅଧିକାର ଓ ସୁରକ୍ଷା ପାଇଁ ସକ୍ରିୟ ଭୂମିକା ନେବାକୁ ସେ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା,ବିଦ୍ୟାଳୟର ଛାତ୍ରୀ,ବିଭିନ୍ନ କାର୍ଯ୍ୟାଳୟର ଅଙ୍ଗନବାଡି ସୁପରଭାଇଜର ଓ ଅଙ୍ଗନବାଡି କର୍ମଚାରୀ ,ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମକର୍ତ୍ତା ମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ପଦଯାତ୍ରାକୁ ସଫଳ କରିଥିଲେ । ପଦଯାତ୍ରାରେ “ବେଟି ବଚାଓ, ବେଟି ପଢାଓ” ପରି ସ୍ଲୋଗାନ୍‌ ମାଧ୍ୟମରେ ସମାଜକୁ ସକାରାତ୍ମକ ସନ୍ଦେଶ ଦିଆଯାଇଥିଲା । ଏଠାରେ ସୂଚନାଯୋଗ୍ୟ ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି ।

0
0
0
s2sdefault