ଭୁବନେଶ୍ବର / ପାରଳାଖେମୁଣ୍ଡି : ଓଡ଼ିଶା ସରକାର ଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଓଡ଼ିଶା ନାଟ୍ୟ ସଙ୍ଘ ର ମିଳିତ ଆନୁକୁଲ୍ୟରେ ଆୟୋଜିତ ହେଉଥିବା ନାଟ୍ୟଧାରା କାର୍ଯ୍ୟକ୍ରମ ରେ ଭୁବନେଶ୍ଵର ସ୍ଥିତ ଭଞ୍ଜକଳା ମଣ୍ଡପ ଠାରେ ପାରଳାଖେମୁଣ୍ଡି କଳାକାର ମାନଙ୍କ ନାଟକ ମଞ୍ଚସ୍ଥ ହୋଇଯାଇଛି।
ବରିଷ୍ଠ ନାଟ୍ୟକାର , ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପଞ୍ଚାନନ ଦାଶ , ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଢୀ , ସମ୍ପାଦକ ମିହିର ମେହେର , ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ଦୁଦେଦି ପ୍ରମୁଖ ମଞ୍ଚାସୀନା ରହି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।
ଆଜି ଆମେ ସମସ୍ତେ ଏମିତି ଗୋଟେ ସମୟହିନ ସମାଜ ରେ ବାସ କରୁଛୁ ଯେ ଯୋଉଠି ସ୍ନେହ ପ୍ରେମ ମାନବିକତା ଏବଂ
ସାମାଜିକ ମୂଲ୍ୟବୋଧ କୁ ମଣିଷ ଭୁଲି ଯାଉଛି। ବାସ୍ତବ ବାଦ୍ ଦୁନିଆ ର ଅନ୍ଧ ଗଳି ରେ ମଣିଷ ଘୁରି ଘୁରି ଏମିତି ଅନ୍ଧ ହୋଇଯାଉଛି ଯେ ସେମାନଙ୍କ ପାଇଁ ଟଙ୍କା ବ୍ୟତୀତ ବାପା ମା ଙ୍କ ଆକୁଳ ନିବେଦନ , କାକୁତି ମିନତି ସ୍ନେହ ଶ୍ରଦ୍ଧା ସବୁକିଛି ତୁଛ ଏବଂ ଅଦରକାରୀ ବସ୍ତୁ ଭଳି ମନେହେଉଛି। ସେହିପରି ସନ୍ତାନ ମାନଙ୍କ ଅବହେଳା ର ଶିକାର ହୋଇ କେତେ ଯେ ଆଦରଣୀୟ ପିତା ଓ ସ୍ନେହମୟୀ ମା ଙ୍କ ର ଜୀବନ ଦୀପ ପିଲାଙ୍କୁ ଝୁରି ଝୁରି ଅକାଳ ରେ ଲିଭିଯାଉଚି ତାର ହିସାବ ନାହିଁ। ସେଥିପାଇଁ ଦାୟୀ କିଏ। ଆଜି ତ ସମସ୍ତେ ନିଜର ଦୁନିଆ ରେ ବ୍ୟସ୍ତ । ବୃଦ୍ଧ ବାପା ମା ଙ୍କୁ ଅଦରକାରୀ ବସ୍ତୁ ବୋଲି ଭାବି ଘର କୋଣ ରେ ଫିଙ୍ଗି ଦେଇ ଚାଲି ଯାଆନ୍ତି । ହେଲେ ଯେ ଦଶ ମାସ ଦଶ ଦିନ ଗର୍ଭ ରେ ଧରି ଅନ୍ତ ଫାଡ଼ି ଜନ୍ମ ଦେଇଛି ହାତ ଧରି ଚାଲିବା ଶିଖେଇଚି କହିବା ଶିଖେଇଚି ଖୁଆଇ ପିଆଇ ଛୋଟ ରୁ ବଡ଼ କରିଛି ତାଙ୍କ ରି ମୃତ୍ୟୁ ବେଳ କୁ ସେମାନଙ୍କର ଶେଷ ଇଚ୍ଛା ଟିକକୁ ତାଙ୍କରି ସନ୍ତାନ ମାନେ ପୁରଣ କରିପାରିଛନ୍ତି କି ? ସେହି ଏବାଧ୍ୟ ସନ୍ତାନ ମାନେ କଣ ନିଜର ଭୁଲ ବୁଝି ବାପା ମା ଙ୍କ ନିକଟକୁ ଫେରି ଆସିପାରନ୍ତି ? ଏମିତି ଏକ କାହାଣୀକୁ ନେଇ ମଞ୍ଚସ୍ଥ ଥିଲା ନାଟକ "ଶେଷଇଚ୍ଛା" ।
ନାଟକର ନାଟ୍ୟକାର ପ୍ରଭାକର ପାତ୍ର ହୋଇଥିବା ବେଳେ ନିର୍ଦ୍ଦେଶନା ମନୋଜ ପାଢ଼ୀ ଓ ସହନିର୍ଦ୍ଦେଶନା ଆଦର୍ଶ ଦାସ ଦେଇଥିଲେ। ଉପସ୍ଥାପନା କରିଥିଲେ ଗଜପତି ଜିଲ୍ଲା ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ରିଏଟିଭ ଆର୍ଟସ କଳାକାର ମାନେ। ସଙ୍ଗୀତ ରେ ଥିଲେ ଏମ. ମାଧବ ପାତ୍ର , କଳାକାର ମାନଙ୍କ ନିଖୁଣ ଅଭିନୟ ରେ ଦର୍ଶକ ବିଭୋର ହୋଇ ଯାଇଥିଲେ।
ରାଜ୍ୟ
ଭଞ୍ଜକଳା ମଣ୍ଡପ ରେ ପାରଳାର ନାଟକ "ଶେଷଇଚ୍ଛା " ମଞ୍ଚସ୍ଥ
- Hits: 11








