ହେଡଲାଇନସ୍:

ବିଜେପୁର ଉନ୍ନତିକରଣ ପାଇଁ ମଇଦାନକୁ ଓହ୍ଲାଇଲେ ବିଧାୟକ–ଜିଲ୍ଲାପାଳ : ସହରର ବିଭିନ୍ନ ଅଞ୍ଚଳର ସ୍ଥଳ ପରିଦର୍ଶନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଜେପୁର :- ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ସହରର ସମଗ୍ର ଉନ୍ନତିକରଣ ଓ ନାଗରିକ ସୁବିଧା ବୃଦ୍ଧି ପାଇଁ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତୀୟାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିଦର୍ଶନରେ ଜିଲ୍ଲାପାଳ ଆଦିତ୍ୟ ଗୋୟଳ, ଉପଜିଲ୍ଲାପାଳ ସ୍ନେହା ଅରଗୁଲା, ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିଜ୍ଞବିଭୁଦତ୍ତ ସାହୁ ଓ ସ୍ଥାନୀୟ ପ୍ରତିନିଧିମାନେ ସାମିଲ ଥିଲେ।ଉଚ୍ଚ ଅଧିକାରୀମାନେ ବିଜେପୁର ସହରର ଦାମ୍ବୋଦର କଟା, ବସଷ୍ଟାଣ୍ଡ, NAC କାର୍ଯ୍ୟାଳୟ ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ବୁଲି ଦେଖି ସ୍ଥାନୀୟ ସମସ୍ୟା, ମୌଳିକ ସୁବିଧାର ଅଭାବ ଓ ଉନ୍ନୟନର ସମ୍ଭାବନା ବିଷୟରେ ସ୍ଥଳୀୟ ଆଲୋଚନା କରିଥିଲେ। ବିଶେଷକରି ଯାତାୟାତ ବ୍ୟବସ୍ଥା, ପାନୀୟ ଜଳ, ନିର୍ମଳ ପରିବେଶ, ଡ୍ରେନେଜ୍ ବ୍ୟବସ୍ଥା ଓ ସହର ସୌନ୍ଦର୍ୟକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ବିଧାୟକ ସନତ କୁମାର ଗଡ଼ତୀୟା କହିଥିଲେ ଯେ ବିଜେପୁରକୁ ଏକ ସୁସ୍ଥ, ସୁବ୍ୟବସ୍ଥିତ ଓ ବିକଶିତ ସହର ଭାବେ ଗଢ଼ି ତୋଳିବା ତାଙ୍କର ପ୍ରାଥମିକତା। ସାଧାରଣ ଲୋକଙ୍କ ସମସ୍ୟାକୁ ସ୍ଥଳରେ ଦେଖି ସମାଧାନ କରିବା ପାଇଁ ପ୍ରଶାସନ ସହ ମିଶି କାମ କରାଯିବ ବୋଲି ସେ ମତ ପ୍ରକାଶ କରିଥିଲେ।ଏହି ସ୍ଥଳ ପରିଦର୍ଶନକୁ ନେଇ ସହରବାସୀଙ୍କ ମଧ୍ୟରେ ଉନ୍ନତି ପ୍ରତି ଆଶା ବଢ଼ିଛି ଓ ଆସନ୍ତା ଦିନରେ ବିଜେପୁରରେ ଦୃଶ୍ୟମାନ ଉନ୍ନୟନ କାର୍ଯ୍ୟ ହେବ ବୋଲି ଲୋକମାନେ ଆଶା ପ୍ରକାଶ କରୁଛନ୍ତି।

0
0
0
s2sdefault