ନୟାଗଡ଼ ଜିଲ୍ଲା ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ (ବିଶ୍ୱଜିତ ନାୟକ):-  ଆଜି ନୟାଗଡ଼ ଜିଲ୍ଲାର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ପି ଏମ ଶ୍ରୀ ତା ୦୨/୦୨/୨୦୨୬ ରିଖ ଠାରୁ ୦୩/୦୨/୨୦୨୬ରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ ହେଉଅଛି।ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ସୋମବାର ଦିନ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ବାଇଁ, ବିଧାୟକ, ଖଣ୍ଡପଡାଙ୍କ କରକମଳରେ ଏହା ଉଘାଟିତ ହୋଇଯାଇଛି ।ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ପାଣ୍ଡେ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏବଂ ମୁଖ୍ୟ ବକ୍ତା ଭାବରେ ଅତିରିକ୍ତ ଜିଲ୍ଲାପାଳ,ଶ୍ରୀଯୁକ୍ତ ବିଜୟାନନ୍ଦ ନାୟକ ଯୋଗ ଦେଇଥିଲେ । ସମାଜରେ ସଂସ୍କାର ଆଧାରିତ ଶିକ୍ଷା ତଥା କୗଶଳ ବିକାଶ ଶିକ୍ଷା ଉପରେ ସେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଗୀତାଞ୍ଜଳି ସାହୁ,ଶ୍ରୀମତୀ ସଂଧ୍ୟାରାଣୀ ରାଉତ ଏବଂ ଶ୍ରୀମତୀ ବନଲତା ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ,ଚିତରଞ୍ଜନ ବେହେରା,ଭକ୍ତି ବିନୋଦ ସାମଲ,ଗୋଷ୍ଠୀ ଶିକ୍ଷା ଅଧିକାରୀ,ଦଶପଲ୍ଲା,ମୋନାଲିସା ରଥ,ଗୋଷ୍ଠୀ ଶିକ୍ଷା ଅଧିକାରୀ,ଭାପୁର,ପିଣ୍ଟୁ କୁମାର ପ୍ରଧାନ,ଗୋଷ୍ଠୀ ଶିକ୍ଷା ଅଧିକାରୀ,ରଣପୁର ଓ ଓଡଗାଁ, ଲିପ୍ସା ନନ୍ଦ,ଗୋଷ୍ଠୀ ଶିକ୍ଷା ଅଧିକାରୀ,ଗଣିଆ,ଗୋଷ୍ଠୀ ଶିକ୍ଷା ଅଧିକାରୀ, ନୟାଗଡ଼,ଉମାକାନ୍ତ ସେଠୀ,କୈଳାଶ ଚନ୍ଦ୍ର କର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ, ଖଣ୍ଡପଡା, କୃଷ୍ଣାରାଣୀ ମାଝୀ ପେଡାଗୋଜି କୋର୍ଡିନେଟର ଆଦି ଉପସ୍ଥିତ ଥିଲେ ।

ବିଭିନ୍ନ କାର୍ଯ୍ୟକ୍ରମ ଓ ଆକାଂକ୍ଷି ମେଳା , ଦୋକାନ, ବଜାର ସାହିତ୍ୟ ସୃଜନୀ, କ୍ରୀଡ଼ାଙ୍ଗନା ,କୌଶଳୀ ଜିଜ୍ଞାସା, ବିକଶିତ ଓଡିଶା, ବିକଶିତ ଭାରତ, କ୍ୟାରିୟର କାଉନସେଲିଂ, ପଢ଼ିବା ଗଢ଼ିବା,କୁଇଜ୍, ଆଦି ବିଭିନ୍ନ ଷ୍ଟଲ୍ ଗୁଡ଼ିକ ସୁଚାର ରୂପେ ପରିଚାଳିତ ହୋଇଥିଲା ।ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଅଶୋକ କୁମାର ମଲ୍ଲ । ଏହି ଉତ୍ସବରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଗବେଷଣାର୍ଥୀ ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା, ସାମ୍ବାଦିକତା ଓ ଗଣଯୋଗାଯୋଗ ସମ୍ପର୍କିତ କ୍ୟାରିୟର କାଉନସେଲିଂ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅନେକ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ l

0
0
0
s2sdefault