ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ବ୍ଳକ୍ ର ସମସ୍ତ ଏଗାରଟି ଆଞ୍ଚଳିକ ସାଧନ କେନ୍ଦ୍ରରେ ସିଆରସିସି ମାନଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସପ୍ତମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସାନ ସାଦରା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ସପ୍ତମ ମାସିକ କ୍ଲଷ୍ଟର୍ ସ୍ତରୀୟ ବୈଠକରେ ପ୍ରଧାନ ଶିକ୍ଷକ ଶିବରାମ ବେହେରା ଏବଂ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବେହେରା,ସୁଚରିତା ଗୌଡ଼ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ I ବୈଠକରେ ପ୍ରଧାନ ଶିକ୍ଷୟିତ୍ରୀ ସୁଚରିତା ଗୌଡ଼,ଶାନ୍ତିଲତା ବେହେରା, ପ୍ରଧାନ ଶିକ୍ଷକ ଶିବରାମ ବେହେରା,ଲିଙ୍ଗରାଜ ସେଠୀ, ଶିଶିର କୁମାର ସ୍ୱାଇଁ,ଶିତଳ ପ୍ରସାଦ ଜେନା, ଏଫ୍ଏଲ୍ଏନ୍ ଶିକ୍ଷକ ଅଶୋକ କୁମାର ବେହେରା, ଦାଶରଥି ସେଠୀ, ଝାପଲ ମାରାଣ୍ଡି , ଶିକ୍ଷୟିତ୍ରୀ ତୁଳସୀ ସ୍ୱାଇଁ,ସାନୁଜା ନାୟକ, ଶୁଭଶ୍ରୀ ପଣ୍ଡା, ମିନି ସେଠୀ, ସ୍ମିତା ନାୟକ,ଦୀପା ପ୍ରଧାନ,କାଜଲ୍ ପ୍ରଧାନ,ମାନସୀ ନାୟକ, ଆରତୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ I ଏହି ବୈଠକରେ ଜାନୁୟାରୀ ମାସର ଶୈକ୍ଷିକ କ୍ଯାଲେଣ୍ଡର୍,ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷା,ମୌଳିକ ସ୍ତର ଶିକ୍ଷଣର ସର୍ବେକ୍ଷଣ,ଶ୍ରେଣୀ ପର୍ଯ୍ୟବେକ୍ଷଣ ସାଧନୀ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା I ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ,ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ପ୍ରଶିକ୍ଷକ ନବୀନ ଚନ୍ଦ୍ରା ପରମାଣିକ ବୈଠକ ପରିଦର୍ଶନ କରି ବୈଠକର ତଦାରଖ କରିବା ସହ ଭାରତୀୟ ଜ୍ଞାନ ପରମ୍ପରା, ଦୈନିକ ପାଠ ଟୀକା,କଥା କୁହା କାନ୍ଥ ଆଦି ସମ୍ପର୍କରେ ଆଲୋଚନା କରିଥିଲେ Iସେହିପରି ବ୍ଳକ୍ ର କ୍ଷତ୍ରିୟବରପୁର,ଏନ୍.ପି.ଶାସନ, ଗୋବରା,ନେଟଙ୍ଗା,ବଡ଼ପଡ଼ା,ପାଟୁଳିସାହି,ତନରଡା,ମଙ୍ଗଳପୁର,ଆମ୍ବପୁଆ,ଉଢୁରା କ୍ଲଷ୍ଟର୍ ରେ ଯଥାକ୍ରମେ ସିଆରସିସି ଛାୟାକାନ୍ତ ମହାପାତ୍ର, ସୁକାନ୍ତ ନାୟକ, ହରେକୃଷ୍ଣ ଶତପଥି, ସୁଧୀର କାନ୍ତ ତ୍ରୀପାଠୀ, ଅନନ୍ତ ସେଠୀ,କାଳୁ ଚରଣ ଗୌଡ଼, ମନୋଜ ପଟ୍ଟନାୟକ,ରଞ୍ଜିତ୍ ସାହୁ, ଜିତେନ୍ଦ୍ର ସାହୁ, ରମେଶ୍ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ଏହି ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି I
ରାଜ୍ୟ
ସପ୍ତମ ମାସିକ କ୍ଳଷ୍ଟର୍ ସ୍ତରୀୟ ବୈଠକ
- Hits: 8








