ବେଲଗୁଣ୍ଠା-(ଶିବରାମ ଚୌଧୁରୀ )--: ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତହୋଇଯାଇଛି । 29 ବାର୍ଷିକ କ୍ରୀଡ଼ା ଉତ୍ସବର ମଶାଲ ବେଲଗୁଣ୍ଠା ଆରାଧ୍ୟ ଦେବତା ଲକ୍ଷ୍ମୀନୃସିଂହ ଙ୍କ ମନ୍ଦିରରୁ ଶୋଭାଯାତ୍ରାରେ ଆସିଥିଲା ଏବଂ ଅଧ୍ୟକ୍ଷ ଡ଼. ପ୍ରଦ୍ୟୁମ୍ନ କୁମାର ସାହୁ ମଶାଲ କୁ ସ୍ଵାଗତ କରିଥିଲେ। ଏବଂ କ୍ରୀଡ଼ା ପ୍ରତିଯୋଗିତାର ଶୁଭରାମ୍ଭ କରିଥିଲେ । ଉକ୍ତ କ୍ରୀଡ଼ା ଉତ୍ସବକୁ ଅଧ୍ୟାପକ ବୀରେନ୍ଦ୍ର ନାଥ ମହାପାତ୍ର, ପବିତ୍ର ମୋହନ ପ୍ରଧାନ,ଅଧ୍ୟାପିକା ଶାନ୍ତି ଶ୍ରୀମିଶ୍ର, ସ୍ନେହଲତା ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ । ଏଥିସହିତ ଅବନୀ କୁମାର ରାହା, ପ୍ରଦୀପ କୁମାର ଶତପଥି, ବିଶ୍ଵନାଥ ଡ଼ାକୁଆ,ପ୍ରଶାନ୍ତ କୁମାର ମହାନ୍ତି, ବଳରାମ ଜେନା, ବି.ନାରାୟଣରେଡ଼ି, ଜି.ଦିଲୀପ କୁମାର ପାତ୍ର ବି.ଯୋଗେନ୍ଦ ରେଡ଼ି ପ୍ରମୁଖ ସହଯୋଗ କରିଥିଲେ । ଦୁଇଜଣ କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ପୋଲେଇ ଓ ବିଶ୍ଵରଂଜନ ସ୍ଵାଇଁ ସମସ୍ତ କ୍ରୀଡ଼ା ପ୍ରତି ଯୋଗିତାକୁ ସଫଳତାର ସହିତ କାର୍ଯ୍ୟକାରୀ କରିଥିଲେ । ଏହି କ୍ରୀଡ଼ା ଉତ୍ସବରେ ଡ଼. ପ୍ରଫୁଲ କୁମାର ଜେନା ଓ ସପନ କୁମାର ପ୍ରଧାନ ପରି ନାଳନାରେ ସହଯୋଗ କରିଥିଲେ । ବହୁ ଛାତ୍ରଛାତ୍ରୀ ରହି କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ସଫଳ ହୋଇଥିଲେ ।
ରାଜ୍ୟ
ବେଲଗୁଣ୍ଠା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 29ତମ ବାର୍ଷିକ କ୍ରୀଡ଼ା ଉତ୍ସବ
- Hits: 8








