ନୟାଗଡ଼(ବିଶ୍ୱଜିତ୍ ନାୟକ) :- ନୟାଗଡ଼ ଜିଲ୍ଲା ପ୍ରଶାସନ ଦ୍ୱାରା ସର୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ଉପଲକ୍ଷେ ଏକ ପଦଯାତ୍ରା ଓ ଗ୍ରାମୀଣ ଯୁବ ଏକତା ଶିବିର ଆୟୋଜନ କରାଯାଇଥିଲା। ‘ଏକତା ପଦଯାତ୍ରା’ କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁମିତା ରଥ, ଉଦଘାଟନ କରିଥିଲେ । ପଦଯାତ୍ରା ନୟାଗଡ଼ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ କଲେଜ୍ ରୋଡ୍ ଦେଇ ତ୍ରିନାଥ ଛକ ପର୍ଯ୍ୟନ୍ତ ଯାଇ ପୁନଃ ଷ୍ଟାଡିୟମ୍ ଫେରିଥିଲା । ଯେଉଁଥିରେ ପ୍ରାୟ ୫ ଶହ ଯୁବକ-ଯୁବତୀ ଅଂଶଗ୍ରହଣ କରିଥିଲେ। ଏହି ପଦଯାତ୍ରାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋତ୍ସାମୟୀ ଆଚାର୍ଯ୍ୟ ପ୍ରମୂଖ ଯୋଗ ଦେଇଥିଲେ । ଏହା ସହିତ ନୟାଗଡ଼ ଇଣ୍ଡୋର୍ ଷ୍ଟାଡିୟମରେ ଯୁବ ଏକତା ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ, ସର୍ଦାର ପଟେଲଙ୍କ ଦେଶକୁ ସୁଦୃଢ଼ ଓ ଏକତ୍ରିତ କରିବାରେ ଅବଦାନକୁ ଆଲୋକିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।








