ଜନ୍ତାରୀ ହାଟପଡ଼ିଆରେ ବିଶାଳ ହିନ୍ଦୁ ସମ୍ମିଳନୀ ଆୟୋଜିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୧/୨- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ଗ୍ରାମ ପଞ୍ଚୟାତ ଜନ୍ତାରୀ ହାଟ ପଡ଼ିଆ ଠାରେ ଭବ୍ଯ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇ ଅଛି। ଉକ୍ତ ହିନ୍ଦୁ ସମ୍ମିଳନୀରେ ବାରହାଗଡ,କୋଡିପଶା, ଗୋନାସିକା ଗ୍ରାମ ପଞ୍ଚାୟତର ଶହ ଶହ ଜନସାଧାରଣ ଯୋଗଦେଇଥିଲେ। ସମ୍ମିଳନୀରେ ମୁଖ୍ଯ ବକ୍ତା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସେବା ପ୍ରମୁଖ ଶ୍ରୀଯୁକ୍ତ ଖଗେଶ୍ୱର ମହାନ୍ତ ଯୋଗଦେଇ ହିନ୍ଦୁ ଏକତା, ସ୍ବ-ଧର୍ମ, ସ୍ବ-ଜାତି ସ୍ବଦେଶଭାବ ଜାଗରଣ ସୃଷ୍ଟିର ଆବଶ୍ୟକତା, ଭାରତବର୍ଷରେ ସନାତନ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର ଓ ଆତ୍ମ ଶୁଦ୍ଧିକରଣ ଉପରେ ବିସ୍ତୃତ ଆଲୋକପାତ କରିଥିଲେ।

ବିଶେଷ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଗୋବିନ୍ଦ ମହାକୁଡ, ଶ୍ରୀଯୁକ୍ତ ବରୁଣପ୍ରଧାନ, ଜୁଆଙ୍ଗ ପୀଢ ସର୍ଦ୍ଦାର ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଜୁଆଙ୍ଗ,ଶ୍ରୀଯୁକ୍ତ ବିଭିଷଣ ପାତ୍ର,ରାଧି ଦେହୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସମ୍ମିଳନୀକୁ ଶ୍ରୀଯୁକ୍ତ ଗଣେଶ୍ବର ମହାନ୍ତ ପରିଚାଳନା କରିଥିଲେ । ସଭାକାର୍ଯ୍ୟକୁ ରାଘବ ବାରିକ, ଟୁନା ମହାନ୍ତ, ଦୟାନିଧି ପାତ୍ର, ରମେଶ ମହାନ୍ତ,ପବିତ୍ର ଜୁଆଙ୍ଗ ପ୍ରମୁଖ ସହଯୋଗ କରିଥିଲେ।

0
0
0
s2sdefault