ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ମୂଳ ରୂପକୁ ଫେରାଇ ଆଣିବାକୁ ଦାବି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ।   

  କେନ୍ଦୁଝର,ତା୩୧/୧- କେନ୍ଦୁଝର ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନାଙ୍କ ଆହ୍ୱାନ କ୍ରମେ ଆଜି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାକୁ ମୂଳ ରୂପରେ ଅକ୍ଷୁନ୍ନ ରଖିବାକୁ ଦାବି କରି ଏକ ବିକ୍ଷୋଭ ଆୟୋଜିତ ହୋଇଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ କି ବର୍ଷ ୨୦୦୫ରେ ମନମୋହନ ସିଂହଙ୍କ ଉପା ସରକାର ସମୟରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତି କ୍ରମେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରି ଶ୍ରମିକ ମାନଙ୍କୁ କର୍ମ ନିଯୁକ୍ତିର ଅଧିକାର ପ୍ରଦାନ କରା ଯାଇଥିଲା। ତେଣୁ ଦାବି କରିବାର ପନ୍ଦର ଭିତରରେ କାମ ନମିଳିଲେ ଶ୍ରମିକଙ୍କୁ ଭତ୍ତା ଦେବା ବ୍ୟବସ୍ଥା ଥିଲା। ଏହାଦ୍ୱାରା ଦୁଃଖଦ ଦାଦନ ସମସ୍ୟା ଲାଘବ ହୋଇ ଶ୍ରମିକଙ୍କ କଲ୍ୟାଣ ହେଉଥିଲା ଗ୍ରାମୀଣ ଲୋକଙ୍କ ପ୍ରଭୂତ ଉନ୍ନତ ହେଉଥିଲା ପ୍ରାୟ ୫/୬ କୋଟି ପରିବାର ନିୟମିତ କାମ ପାଉଥିଲେ। ସମୁଦାୟ ମନରେଗା କାର୍ଯ୍ୟରେ ୬୦% ମହିଳାଙ୍କ ଭାଗିଦାରୀ ରହିଥିଲା। କିନ୍ତୁ ଅପରପକ୍ଷେ ଏବେ ଏନଡ଼ିଏ ସରକାର ଦ୍ୱାରା ପ୍ରଣେତ ଭିବିଜୀରାମଜୀ ସମ୍ପୂର୍ଣ ରୂପେ ଅଲଗା ପ୍ରକାର ବ୍ୟବସ୍ଥା। ଏହା ଶ୍ରମିକକୁ କାମ ଦେବା ନାମରେ ଶ୍ରମିକ ମାରଣ କାର୍ଯ୍ୟକ୍ରମ। କେନ୍ଦ୍ର ନିଜ ଦାୟିତ୍ୱ କମେଇ ଏହି ବ୍ୟବସ୍ଥାରେ ନିଜ ଅନୁଦାନ ୯୦% ରୁ ଖସାଇ ୬୦%କୁ ଆଣି ଆସିଛି। ରାଜ୍ୟ ଓ ସ୍ଥାନୀୟ ଅଧିକାର ହ୍ରାସ କରି ଏହି ଯୋଜନା କେନ୍ଦ୍ରୀୟ ସହାୟତା ଆଧାରିତ ହୋଇଛି ଯାହାଦ୍ୱାରା ଶ୍ରମିକଙ୍କ ନିଯୁକ୍ତି ଅନିଶ୍ଚିତତା ଆଡ଼କୁ ଚାଲିଯାଇଛି। ଶ୍ରମ ଋତୁରେ କର୍ମ ହ୍ରାସ ଲାଗି ଶ୍ରମିକ ନିଶ୍ଚିତ ପ୍ରଭାବିତ ହେବେ ସେମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିଯିବ। ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ଏକ ନିକୃଷ୍ଟ କାର୍ଯ୍ୟ। ଏହି ଯୋଜନାରେ ଗ୍ରାମ୍ୟ ସ୍ୱୟଂଶାସନ କମଯୋର କରିବା ମନରେଗାର ମୂଳ ବ୍ୟବସ୍ଥାକୁ ଦୁର୍ବଳ କରୁଛି। ଗ୍ରାମୀଣ ଜୀବନ ଜୀବିକା ଉପରେ ଏବର ସରକାରଙ୍କ ଏହିପରି ଆକ୍ରମଣ ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ 'ମନରେଗା ବଞ୍ଚାଅ ସଂଗ୍ରାମ' ନାମରେ ଏକ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାର ଲକ୍ଷ ହେଲା କାମ କରିବାର ଅଧିକାରକୁ ଅକ୍ଷୁନ୍ନ ରଖିବା ଏବଂ ମନରେଗାକୁ ମୂଳ ରୂପକୁ ଫେରାଇ ଆଣିବା। କଂଗ୍ରେସ କହିଛି ନୂତନ ଆଇନ ଭିବିଜୀରାମଜୀ ଗରିବ ଶ୍ରମିକଙ୍କୁ କାମ କରିବାର ଅଧିକରୁ ବଂଚିତ କରି ସେମାନଙ୍କ ପେଟକୁ ଲାତ ମାରିଛି। ଏହା ଜନ ବିରୋଧୀ ଆଇନ। ଆଦିବାସୀ ଦଳିତ ଓ ପଛୁଆ ବର୍ଗ ଲୋକଙ୍କୁ କାମ କରିବା ଅଧିକାରରୁ ବଂଚିତ କରୁଛି। ଏହି ନୂତନ ଆଇନ ଗୋତି ଶ୍ରମିକ ଓ ଗରିବଙ୍କୁ ଅଧିକାରରୁ ବଂଚିତ କରି ୮ଟି ଶତ୍ରୁତାପୂର୍ଣ୍ଣ ଆକ୍ରମଣ କରୁଛି ରୋଜଗାର ଦେବାରେ କେନ୍ଦ୍ର ପଳାୟନ କରୁଛି।ଏବେ କେନ୍ଦ୍ର ନୂଆ ଯୋଜନାରେ ଶ୍ରମିକଙ୍କୁ ୯୦% ଅର୍ଥ ଦେବା ବଦଳରେ ମାତ୍ର ୬୦% ଅର୍ଥ ଦେବ । ୫ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସେସ ଓ ଜିଏସଟି ଆଦାୟ ସତ୍ତ୍ୱେ ରାଜ୍ୟ ମାନଙ୍କ ପାଖେ ଅର୍ଥ ନାହିଁ ତେଣୁ ଶ୍ରମିକ ମାନେ କିପରି କାମ ପାଇବେ ଅର୍ଥ ପାଇବେ ଚିନ୍ତାର ବିଷୟ। ମୂଳ ମନରେଗାରେ ଦାବି ମୁତାବକ ଶ୍ରମିକ କାମ ପାଉଥିଲେ ହେଲେ ଏବେ କେନ୍ଦ୍ର କେଉଁ ରାଜ୍ୟରେ କେତେ କାମ କିପରି ହେବ ନିର୍ଣ୍ଣୟ କରିବ। ଏବେ କେନ୍ଦ୍ର ଚାହିଁଲେ କାମ ଦେବେ କିଛି ଗ୍ୟାରେଣ୍ଟି ଏଥର ଆଉ ନାହିଁ କେନ୍ଦ୍ର ଦୟାରେ ବଜେଟ ହେବ। ତେଣୁ ଏସବୁ ଅବ୍ୟବସ୍ଥା ବିରୋଧରେ କଂଗ୍ରେସ ଦେଶ ବ୍ୟାପୀ ଆନ୍ଦୋଳନ ଆରମ୍ଭ କରି ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଏକ ବଡ଼ ପ୍ରତିବାଦ ସଭା କରି ଦଳ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଯାହାର ନେତୃତ୍ୱ ରାଜ୍ୟର ବରିଷ୍ଠ ରାଜନେତା ଜୟଦେବ ଜେନା ନେଇଥିଲେ। ସେ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ କିପରି ଏବେ ଶ୍ରମିକ ମାରଣ କାର୍ଯ୍ୟକ୍ରମ କେନ୍ଦ୍ର ସରକାର କରୁଛନ୍ତି ତାହାର ଉପସ୍ଥାପନ କରି ସତର୍କ କରିଥିଲେ। ଏହି ପ୍ରତିବାଦରେ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ବରିଷ୍ଠ କଂଗ୍ରେସ ନେତା ଆଲୋକ ମିଶ୍ର, ସୁଢଳ କୁମାର ସେଠୀ,ସୁବ୍ରତ ଚକ୍ର, ସଂଗ୍ରାମ ଦାସ,ସୁନେସ ଧୀର,ଉତ୍ତମ କୁମାର ସାହୁ,କ୍ଷୀରୋଦ ପାତ୍ର,ଲଳିତ କୁମାର ନାୟକ, ରତ୍ନାକର ଜେନା, ହାଡ଼ିବନ୍ଧୁ ଖୁଣ୍ଟିଆ, ରାଞ୍ଚି ନାୟକ,ପ୍ରତିଭା ମଞ୍ଜରୀ ନାୟକ, ସବିତା ସାହୁ, ସୂଜନୀ ନାୟକ, ଆର୍ତ୍ତ ଦାସ, ଦିନେଶ ରାଉତ, ଶେଖ ୟାସିନ, ଶେଖ ମକ୍ଯୁଉଦ୍ଦିନ, ପ୍ରଦୀପ ଗିରି ଆଦି ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସମୟରେ ବରିଷ୍ଠ ନେତା ଶ୍ରୀ ଜୟଦେବ ଜେନା ଜିଲ୍ଲାରେ ଶ୍ରମିକ ସମସ୍ୟା ସହ ବାଲି ମୋରମ ଚୋରି ଓ ମାଫିଆଙ୍କ ଉତ୍ପାତ ଉପରେ କହି ପ୍ରତିକାର ଲୋଡ଼ିଥିଲେ।

0
0
0
s2sdefault