ହେଡଲାଇନସ୍:

ଜିଆଇଇଟି ବିଶ୍ୱବିଦ୍ୟାଳୟରେ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):  ଗୁଣୁପୁର, ୨୪/୧/୨୬- ସ୍ଥାନୀୟ ଜିଆଇଇଟି ବିଶ୍ୱବିଦ୍ୟାଳୟ ପରିସରରେ ଆଜି ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଅଧିନସ୍ତ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆୟୋଜିତ ହୋଇ ଥିବା ଦୁଇଦିନିଆ " ଇଣ୍ଟରନେଟ ରେ ପରବର୍ତ୍ତୀ ପୀଢ଼ି" ସମ୍ବନ୍ଧୀୟ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି।ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଟେକ୍ ବିଜିର ଉପାଧ୍ୟକ୍ଷ ବାଳ ପ୍ରସାଦ ପେଡିଗରୀ ଯୋଗଦେଇ ଇଣ୍ଟରନେଟ ର ମୁଖ୍ୟ ଭୂମିକା ବିଷୟରେ ଆଲୋକପାତ କରିଥିଲେ। ସମ୍ମାନୀୟ ଅତିଥି ଭାବେ ଆଇ ଆଇ ଆଇ ଟି ଭୁବନେଶ୍ୱର ର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର ଦେବାଶିଷ ଜେନା ଓ ସାଇ ଇନ୍ଫୋ ସୋଲୁସନ ର ନିର୍ଦ୍ଦେଶକ ସନ୍ତୋଷ ଗୋରେ ଯୋଗଦେଇ ଶିଳ୍ପ ଚଳିତ କ୍ଷେତ୍ରରେ ଇଣ୍ଟରନେଟର ର ଆହ୍ଵାନ ବିଷୟ ରେ କହିଥିଲେ। ବିଶ୍ଵବିଦ୍ୟାଳୟର ଉପ ସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଅନ୍ତବୈଷୟିକ ଗବେଷଣାର ପ୍ରାଧାନ୍ୟ ବିଷୟରେ କହିଥିଲେ। ବିଶ୍ୱବିଦ୍ୟାଳୟ ର ଉପକୁଳପତି ପ୍ରଫେସର ଡ଼.ଏ.ଭି.ଏନ୍.ଏଲ୍. ଶର୍ମା ଯୋଗଦେଇ ଇଣ୍ଟରନେଟ ସମ୍ବନ୍ଧୀୟ ଭବିଷ୍ୟତ ଗବେଷଣା ବିଷୟ ରେ କହିଥିଲେ।କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିିନିୟରିଙ୍ଗ ବିଭାଗର ଡେପୁଟି ଡିନ ଡ଼. କେ.ମୁରଲୀ ଗୋପାଳ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଫେସର ଡ ରାଘେବେନ୍ଦେ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସମ୍ମିଳନୀରେ ରେଜିଷ୍ଟ୍ରାର ଡ଼.ଏନ୍.ଭି.ଜଗନାଧା. ରାଓ , ପରୀକ୍ଷା ନିୟନ୍ତ୍ରକ ଡ.ପି.ବିଜୟ କୁମାର ସମେତ ବିଶ୍ବ ବିଦ୍ୟାଳୟ ର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

0
0
0
s2sdefault