#୫୦ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଥିଲା ମୁଖ୍ଯ ଆକର୍ଷଣ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର-ସ୍ଥାନୀୟ ସହର ପାଇଁ ବିଭିନ୍ନ କ୍ଷେତ୍ରରେ ଅବଦାନ ରହିଥିବା ୫୦ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କରି ଆରମ୍ଭ ହୋଇଛି ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ । ଗୁଣପୁର ନବ ନିର୍ମାଣ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ତଥା ସୃଜନୀ ମଞ୍ଚ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଜି ମୁଖ୍ଯ ଅତିଥି ଭାବେ ଉପସ୍ଥିତ ରହି ପୁର୍ବତନ ମୁଖ୍ୟମନ୍ତ୍ରୀ ଡଃ ଗିରିଧର ଗମାଙ୍ଗ ଉଦଘାଟନ କରିଥିଲେ। ଏହି ଅବସରରେ ରାମନାଗୁଡା ବାଲକ ଲାଉଗୁଡା ମାତାରବନମ ପିଠ ରୁ ଆଜ୍ଞାମାଳ ଆସି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା ପରେ ସେଠାରୁ ବିରାଟ କଳସ ଶୋଭାଯାତ୍ରା ବାହାରି ନଗର୍ ପରିକ୍ରମା କରି ଉତ୍ସବ ପଡିଆ ଠାରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଅଞ୍ଚଳରୁ ନାଟ୍ଯ ଦଳ ସହ ହଜାର ହଜାର ଲୋକ ସାମିଲ ହୋଇଥିଲେ। ଆନ୍ଧ୍ର ର ଓ୍ବିରଗୋଟମ୍ ର କାଳୀନାଚ, ଅମ୍ବାଦଳା ର ଘୁମୁରା ସହ ବାକିଟି ସାହିର ବାଣାବାଡି ମୁଖ୍ଯ ଆକର୍ଷଣ ଥିଲା। ସ ଅଦାରସ ବଲ୍ଲବ ଭାଇ ପଟେଲ ଙ୍କ ଉଦେଶ୍ୟ ରେ ଉତ୍ସର୍ଗ କରି ଆରମ୍ଭ ହୋଇଥିବା ଏହି ଉତ୍ସବରେ ଶ୍ରଦ୍ଧାଞ୍ଜଳି ମଣ୍ଡପ ସହ ସର୍ଦାର ପଟେଲଙ୍କ ତୈଳଚିତ୍ର ଉଦଘାଟନ ହୋଇଥିଲା। ଆଜିର ମଞ୍ଚରେ ଅତିଥି ଭାବେ ଡଃ ଗମାଙ୍ଗ ଙ୍କ ସମେତ ପୌର ପରିଷଦ ର ଅଧ୍ୟକ୍ଷା ମମତା ଗୌଡ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶବର, ଶବର ସାଂସ୍କୃତିକ ପରିଷଦ ର ସଭାପତି ଚକ୍ରପାଣି ଶବର, ଗୁଣପୁର ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ, ସମ୍ପାଦକ ରଂଜିତ ପାଢି ପ୍ରମୂଖ ଉପସ୍ଥିତ ଥିଲେ।
ଉତ୍ସବ କମିଟି ର ସଭାପତି ତଥା ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଶୁଦର୍ସନ ଶବର ସୌରା ଭାଷାରେ ଭାଷଣ ଦେଇଥିଲେ। ଆବାହକ ରାଜେଶ ପାଢି ରାଜ୍ଯପାଳ ଓ ମୁଖ୍ଯମନ୍ତ୍ରୀ ଙ୍କ ବାର୍ତ୍ତା ପଠନ କରିଥିଲେ। ସମ୍ବର୍ଦ୍ଧନା ସଭାକୁ ମୁନା ପାଣି ପରିଚାଳନା କରିଥିଲେ। ନବ ନିର୍ମାଣ ସମିତି ର ଉପ ସଭାପତି ଉମା ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ଯ୍ଯକାରୀ ସଭାପତି କୈଳାସ ଦାସ, ରମେଶ ଲିମା, ଯୁଗ୍ମ ସମ୍ପାଦକ ଲକ୍ଷ୍ମୀ ମହାଙ୍କୁଡ ଙ୍କ ସମେତ ବରିଷ୍ଠ ଆଇନଜୀବୀ ଉମା ପଟନାୟକ, ଜିଆଇଇଟି ର ଉପ ସଭାପତି ଚନ୍ଦ୍ରଧ୍ଵଜ ପଣ୍ଡା, ତିରୁପତି ମହାନ୍ତି, କାଉନସିଲର ଭାଗିରଥି ବିଶ୍ବୋୟୀ, ନୀଳମାଧବ ପାଢି, ରାମ ପଣ୍ଡା, ଶିବ ପାଢି, ତରଣୀ ଶତପଥି, ବୁଲୁ ପାଢି, ଦୀପୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଡଃ ପ୍ରଶାନ୍ତ କୁମାର ହୋତା, ଦିଲିପ ଚୌଧୁରୀ, ଅଶୋକ କରଙ୍କ ପରିଚାଳନା କ୍ରମେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦ୍ଘୋଷକ ଭାବେ ପୁରୀର ପିଉସ୍ ପଟ୍ଟନାୟକ ଯୋଗ ଦେଇଥିଲେ। ଶେଷରେ ସାମୁହିକ ବନ୍ଦେ ମାତରମ୍ ଗାନ ହୋଇଥିଲା।








