ହେଡଲାଇନସ୍:

୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ସମୀକ୍ଷା କରିବା ସହ କ୍ରୀଡା ଛାତ୍ରାବାସ ବୁଲି ଦେଖିଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ତା ୨୩.୦୧.୨୦୨୬ ରିଖ – କଟକ ଜିଲ୍ଳାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ଆଜି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାରବାଟୀ ପଡିଆ ଯାଇ ଜାତୀୟ ଦିବସ ପାଳନ ସମ୍ବନ୍ଧିତ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି । ମୁଖ୍ୟ ମଂଚ, ପରେଡ ଗ୍ରାଉଣ୍ଡ, ବିଶିଷ୍ଟ ଅତିଥିମାନଙ୍କ ବସିବା ସ୍ଥାନ ଓ ପ୍ରଜ୍ଞାପନ ମେଢ ପ୍ରବେଶ ପଥ ଆଦି ସମ୍ପର୍କରେ ଜିଲ୍ଳାପାଳ ତଦାରଖ କରିଥିଲେ । ପରେ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଯାଇ ସେଠାରେ ହେବାକୁ ଥିବା ରକ୍ତଦାନ ଶିବିର ଓ ପୁସ୍ତକ ପ୍ରଦର୍ଶନୀ ସ୍ଥାନ ମଧ୍ୟ ବୁଲି ଦେଖିଥଲେ । ପରେ ପରେ ଜିଲ୍ଲାପାଳ ନିକଟରେ ଥିବା କ୍ରୀଡା ଛାତ୍ରାବାସକୁ ଅଚାନକ ପରିଦର୍ଶନ କରି ସେଠାରେ ଦାୟିତ୍ୱ ନିର୍ବାହ କରୁଥିବା ଶ୍ରୀ ଗଙ୍ଗାଧର ବେହେରା, ୱାର୍ଡନ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ବିଶେଷ କରି ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟର ମାନ ସମ୍ପର୍କରେ ପଚାରି ବୁଝି ଥିଲେ। ପିଲାମାନଙ୍କୁ ଅଧିକ ଉନ୍ନତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଏଥିସହ ଛାତ୍ରାବାସରେ ବିଭିନ୍ନ କ୍ରୀଡା ସମ୍ବନ୍ଧୀୟ ପତ୍ରପତ୍ରିକା ଓ ବିଶିଷ୍ଟ କ୍ରୀଡାବିତମାନଙ୍କ ଜୀବନୀ ସମ୍ପର୍କିତ ପୁସ୍ତକ ରଖିବାକୁ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଶୟନ କକ୍ଷ, ରୋଷେଇ ଗୃହ ସହ ସମ୍ପୂର୍ଣ ପରିସର ବୁଲି ଦେଖିଥିଲେ।ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ କମଲଜିତ୍ ଦାସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ଭବାନୀ ଶଙ୍କର ଭୂୟାଁ ଓ ଅନ୍ୟାନ୍ୟ ଅଧିକାରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ ।

0
0
0
s2sdefault