ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ୩୬ତମ ସରସ୍ଵତୀ ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଛାତ୍ରଛାତ୍ରୀ ତଥା ପୁରୋହିତଙ୍କ ଦ୍ଵାରା ମାଆଁଙ୍କ ଆବାହନ , ପୂଜନ ଏବଂ ହୋମ , ପୂଷ୍ପାଞ୍ଜଳି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।
ଏହି ଅବସରରେ ପାରଳାଖେମୁଣ୍ଡିର ୧୦୦ରୁ ଉର୍ଦ୍ଧ୍ବ କୁନି କୁନି ଶିଶୁମାନେ ନିଜ ପିତାମାତାଙ୍କ ସହ ଆସି ଖଡ଼ିଛୁଆଁ ମାଧ୍ୟମରେ ବିଦ୍ୟାରମ୍ଭ ସଂସ୍କାର କରିଥିଲେ । ଜାନୁୟାରୀ ୨୩ , ଭାରତର ମହାନ୍ ଜନ ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷ ତଥା ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ମଧ୍ୟ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ସ୍କାଉଟ୍ , ଗାଇଡ୍ ଓ ସିଭିଲିଏନ୍ ଦଳର କେଡେଟ୍ ଓ ବିଦ୍ୟାଳୟର ଘୋଷ ଦଳ ଛାତ୍ରଛାତ୍ରୀ ତଥା ସୁବାଷ ସେବା ଦଳର ସଦସ୍ୟ ମାନେ ସୁବାଷ ଚନ୍ଦ୍ର ବୋଷଙ୍କ ମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ।ସରସ୍ଵତୀ ପୂଜା ଉପଲକ୍ଷେ ସନ୍ଧ୍ୟାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ “ନୃତ୍ୟାଞ୍ଜଳୀ ” ର ଆୟୋଜନ କରାଯାଇଥିଲା । ଯେଉଁଥିରେ ସହରର ବିଭିନ୍ନ ଅଗ୍ରଣୀ ନୃତ୍ୟାନୁଷ୍ଠାନ ର ଶିଳ୍ପୀ ମାନେ ଯୋଗଦେଇ ଉପସ୍ଥିତ ଦର୍ଶକ ମାନଙ୍କର ମନକୁ କିଣିନେଇଥିଲେ ।ନଗରର ଅନେକ ନିମନ୍ତ୍ରିତ ଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଥିଲେ। ଅନୁଷ୍ଠାନର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।
ରାଜ୍ୟ
ସରସ୍ଵତୀ ପୂଜା , ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ
- Hits: 7








