କେନ୍ଦୁଝର,ତା୨୪/୧-ଇଂରାଜୀ ନବବର୍ଷର ପ୍ରଥମ ମାସର ଶ୍ରୀପଞ୍ଚମୀରେ ପୁରରୁ ପଲ୍ଲୀ ସବୁଠାରେ ପୂଜା ପାଇଲେ ବିଦ୍ୟାଦାୟିନୀ ବାଗଦେବୀ ମା' ସରସ୍ଵତୀ। ଢେଙ୍କିକୋଟ ନିକଟବର୍ତ୍ତୀ ପ୍ରତ୍ୟେକ ସରକାରୀ,ବେସରକାରୀ ଶିକ୍ଷାନୁଷ୍ଠାନ ସମେତ କ୍ଲବ, ସଂଘରେ ଧୁମଧାମରେ ପୂଜା କରାଯାଇଛି। ମୁଖ୍ୟତଃ ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁସି ଓ ଆନନ୍ଦ ଅଧିକ ଦେଖିବାକୁ ମିଳିଥିଲା। ପୂଜାମଣ୍ଡପ ଗୁଡ଼ିକରେ ସୁନ୍ଦର ସାଜ୍ଜସଜ୍ଜା ସହିତ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା । ଢେଙ୍କିକୋଟ ସତ୍ୟନାରାୟଣ ବିଦ୍ୟାପୀଠ, ବାଳିକା ଉଚ୍ଚ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଶିଶୁ ମନ୍ଦିର, ଆଦର୍ଶ ବିଦ୍ୟାଳୟ ରେ ପୂଜା ଜମିଥିଲା। ଅନେକ ସ୍ଥାନରେ ଶିଶୁ ମାନଙ୍କ ପାଇଁ ଖଡିଛୁଆଁ କାର୍ଯକ୍ରମ ଓ ଶିଶୁ ମନ୍ଦିରରେ ସମର୍ପଣ ଦିବସ ପାଳନ କରାଯାଇଥିଲା। ତେବେ ଗୋଟିଏ ପଟରେ ମକରପର୍ବ ପାଇଁ ଲୋକମାନେ ଖୁସି ମନାଉ ଥିବାବେଳେ ଅନ୍ୟପଟରେ ସରସ୍ଵତୀ ପୂଜା ପାଇଁ ପିଲାମାନଙ୍କ ମଧ୍ୟରେ ଖୁସି କହିଲେ ନ ସରେ।
ରାଜ୍ୟ
ସବୁଠାରେ ପୂଜା ପାଇଲେ ବାଗଦେବୀ ମା' ସରସ୍ଵତୀ।
- Hits: 5








