ହେଡଲାଇନସ୍:

ଭାରତୀୟ ବଜାରରେ ରୁଷିଆ ନିବେଶକମାନଙ୍କୁ ସୁଯୋଗ ଦେବ ସବରବ୍ୟାଙ୍କ–ଏନଏସଇ ଅଭିଯାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ରୁଷିଆର ସବୁଠାରୁ ବଡ଼ ବ୍ୟାଙ୍କ, ସବରବ୍ୟାଙ୍କ ଓ ଜେଏସସି ଫାର୍ଷ୍ଟ ଆସେଟ ମ୍ୟାନେଜମେଂଟ ମିଳିତ ଭାବେ ଏକ ନୂଆ ମ୍ୟୁଚୁଆଲ ଫଣ୍ଡ ଆରମ୍ଭ କରିଛନ୍ତି ଯାହାର ନାମ ହେଉଛି “ଫାର୍ଷ୍ଟ–ଇଣ୍ଡିଆ”। ଏହି ଫଣ୍ଡ ରୁଷିଆର ସାଧାରଣ ନିବେଶକମାନଙ୍କୁ ଭାରତର ଷ୍ଟକ ବଜାରରେ ନିବେଶ କରିବାର ସୁଯୋଗ ଦେଉଛି। ଏହା ଏନଏସଇର ମୁଖ୍ୟ ସୂଚକାଙ୍କ ନିଫ୍ଟି୫୦ର କାର୍ଯ୍ୟଦକ୍ଷତାକୁ ଅନୁସରଣ କରୁଛି। ନିଫ୍ଟି୫୦ ହେଉଛି ଦେଶର ବଜାର ମୂଲ୍ୟ ଅନୁସାରେ ଶ୍ରେଷ୍ଠ ୫୦ଟି କମ୍ପାନିର ସୂଚକାଙ୍କ। ଏହି ଉଦ୍ୟୋଗର ଘୋଷଣା ସବରବ୍ୟାଙ୍କ ସିଇଓ ତଥା କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ହର୍ମାନ ଗ୍ରେଫଙ୍କ ଭାରତ ଗସ୍ତ ସମୟରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ଅଫ ଇଣ୍ଡିଆ (ଏନଏସଇ)ରେ କରାଯାଇଥିଲା। ନିଫ୍ଟି୫୦ ବିଶ୍ୱର ସବୁଠାରୁ ଅଧିକ ଅନୁସରଣ କରାଯାଉଥିବା ଷ୍ଟକ ମାର୍କେଟ ସୂଚକାଙ୍କଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏଥିରେ ଭାରତୀୟ ଅର୍ଥନୀତିର ୧୫ଟି ପ୍ରମୁଖ କ୍ଷେତ୍ରରୁ ୫୦ଟି ବଡ଼ ଓ ଉଚ୍ଚ ଲିକ୍ୱିଡିଟି ବିଶିଷ୍ଟ କମ୍ପାନି ରହିଛନ୍ତି। ଭାରତରେ ୪୫ରୁ ଅଧିକ ଏବଂ ବିଦେଶରେ ୨୨ଟି ଫଣ୍ଡ ନିଫ୍ଟି୫୦କୁ ଅନୁସରଣ କରନ୍ତି। ୧୯୯୬ ମସିହାରେ ଆରମ୍ଭ ହୋଇଥିବା ଏହି ସୂଚକାଙ୍କ ୨୦୨୬ ମସିହା ଅପ୍ରେଲ୍ ୨୨ ତାରିଖରେ ନିଜର ୩୦ତମ ବାର୍ଷିକୀ ପାଳନ କରିବ।

 ଏସମ୍ପର୍କରେ ଏନଏସଇର ଏମଡି ଓ ସିଇଓ ଆଶିଷ କୁମାର ଚୌହାନ କହିଛନ୍ତି ଯେ, “ସବରବ୍ୟାଙ୍କ ସହ ଜଡ଼ିତ ନିଫ୍ଟି୫୦ ନିବେଶ ସମାଧାନ ଆରମ୍ଭ କରିବାରେ ସହଯୋଗ କରି ଆମେ ଖୁସି। ଏହା ପୁଞ୍ଜି ପ୍ରବାହକୁ ମଜବୁତ କରିବ ଏବଂ ଭାରତର ଇକ୍ୱିଟି ବୃଦ୍ଧିକୁ ରୁଷିଆର ନିବେଶକମାନଙ୍କ ପାଇଁ ଖୋଲିବ। ଏହି ଉଦ୍ୟୋଗ ଭାରତୀୟ ବଜାର ପ୍ରତି ଦୃଢ଼ ବିଶ୍ୱାସକୁ ପ୍ରତିଫଳିତ କରୁଛି ଏବଂ ଭାରତ–ରୁଷିଆ ଆର୍ôଥକ ସହଯୋଗକୁ ଆହୁରି ଗଭୀର କରୁଛି। ଏନଏସଇ ସବରବ୍ୟାଙ୍କ ସହ ମିଶି ବଜାର ସଂଯୋଗକୁ ବଢ଼ାଇବା, ନିୟାମକ ଓ ନିବେଶକ ସୁରକ୍ଷା ମାନକକୁ ବଜାୟ ରଖିବା ଏବଂ ଦୁଇ ଦେଶର ନିବେଶକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ।”

 ସବରବ୍ୟାଙ୍କର ସିଇଓ ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ହର୍ମାନ ଗ୍ରେଫ କହିଛନ୍ତି ଯେ, “ଆମେ ଆମର ରୁଷିଆର ଗ୍ରାହକମାନଙ୍କ ପାଇଁ ନିବେଶର ଆଉ ଏକ ଝରକା ଖୋଲୁଛୁ ଯାହା ଏଥର ଦକ୍ଷିଣ ଏସିଆରେ। ଆମର ନୂଆ ଉତ୍ପାଦ ବିଶ୍ୱର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ବଜାର ଭାରତୀୟ ଷ୍ଟକ୍ ବଜାରରେ ସହଜରେ ପ୍ରବେଶ କରିବାର ସୁବିଧା ଦେଉଛି। ଏ ପର୍ଯ୍ୟନ୍ତ ରୁଷିଆର ନିବେଶକମାନଙ୍କ ପାଇଁ ଭାରତୀୟ ସମ୍ପତିରେ ବ୍ୟକ୍ତିଗତ ନିବେଶ ପାଇଁ କୌଣସି ସରଳ ବିକଳ୍ପ ନଥିଲା। କିନ୍ତୁ ଆମେ ଦୁଇ ଦେଶ ମଧ୍ୟରେ ଏକ ନୂଆ ଓ କାର୍ଯ୍ୟକ୍ଷମ ଆର୍ôଥକ ସେତୁ ନିର୍ମାଣ କରିଛୁ।”

0
0
0
s2sdefault