ହେଡଲାଇନସ୍:

ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ ଅଦାଲତରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଷୟକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେୱାନୀ ଓ ଫୌଜଦାରୀ ଅଦାଲତ ପରିସରରେ ତାଲୁକ୍ ଲିଗାଲ ସର୍ଭିସ୍ କମିଟି ଓଡ଼ଗାଁ ଦ୍ବାରା ଆୟୋଜିତ ୭ମ ଓ ୮ମ ଏବଂ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୨ଟି ବର୍ଗରେ ବିଭିନ୍ନ ବିଷୟକୁ ନେଇ ରବିବାର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ୍ ଲିଗାଲ ସର୍ଭିସ୍ କମିଟି ଓଡ଼ଗାଁର ଅଧ୍ୟକ୍ଷ ସଂଘମିତ୍ରା ଶର୍ମା,ବରିଷ୍ଠ ଦେୱାନୀ ଜଜ୍ ଜନ୍ମେଜୟ ଦାସ,ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରେରଣାଶ୍ରୀ ଦେଓଙ୍କ ସହିତ ବାର ଆସୋସିଏସନର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ବରିଷ୍ଠ ଅଧିବକ୍ତା ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଶିଶୁର ଅଧିକାର,ଶିଶୁ ଶିକ୍ଷା ଅଧିକାର,ଭିନ୍ନକ୍ଷମ ଶିଶୁଙ୍କ ସୁରକ୍ଷା, ଶିଶୁମାନଙ୍କ ଉପରେ ବୈଷୟିକ ଜ୍ଞାନର ପ୍ରଭାବ ବିଷୟକୁ ନେଇ ୭ମ ଓ ୮ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ବେଳେ ବାଲ୍ୟ ଶିଶୁ ବିବାହ ପ୍ରଥାକୁ ବିରୋଧ, ଶିଶୁ ଶ୍ରମ ବିରୋଧୀ ସମାଜ,ସାମାଜିକ ଗଣମାଧ୍ୟମଗୁଡିକ ଦ୍ବାରା ଶିଶୁ ମାନଙ୍କ ଉପରେ ପଡ଼ଥିବା ପ୍ରଭାବ,ଶିଶୁ ଚାଲାଣ ରୋକିବା ଏକ ଆହ୍ବାନ ବିଷୟକୁ ନେଇ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା।ସମସ୍ତ ଅଂଶଗ୍ରହଣକାରୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ତାଲୁକ୍ ଲିଗାଲ ସର୍ଭିସ୍ କମିଟିର ଅଧ୍ୟକ୍ଷ ସଂଘମିତ୍ରା ଶର୍ମା,ଅନ୍ୟ ବିଚାରପତି ଏବଂ ମାଜିଷ୍ଟ୍ରେଟଙ୍କ ଦ୍ବାରା ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ଓ ଶିକ୍ଷୟିତ୍ରୀ ଶିକ୍ଷକ ମାନଙ୍କ ଉପସ୍ଥିତିରେ ପ୍ରମାଣପତ୍ର ସହିତ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।ଏବଂ ପରେ ଚିତ୍ରାଙ୍କନ ପେପର ଗୁଡିକ ନୟାଗଡ଼ ଜିଲ୍ଲା ତାଲୁକ୍ ଲିଗାଲ ସର୍ଭିସ୍ କମିଟିକୁ ପଠାଇ ଦିଆଯାଇଥିଲା।ସେଠାରେ ଚିତ୍ରାଙ୍କନ ଗୁଡ଼ିକର ଜିଲ୍ଲା ସ୍ତରୀୟ ମୂଲ୍ୟାଙ୍କନ କରାଯାଇ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ବଛାଯାଇ ପ୍ରଥମ ୩ ହଜାର ଟଙ୍କା, ଦ୍ବିତୀୟ ୨ ହଜାର ୨ଶହ ୫୦ ଟଙ୍କା ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧ ହଜାର ୫ ଶହ ଟଙ୍କା ଲେଖାଏଁ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି। କାର୍ଯ୍ୟକ୍ରମ ସଂଯୋଜକ ଶ୍ରଦ୍ଧାଞ୍ଜଳୀ ରଥ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।କୋର୍ଟ କର୍ମଚାରୀ ମାନେ ସହଯୋଗ କରିଥିଲେ।

0
0
0
s2sdefault