ଓଡ଼ଗାଁ,୨୩।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଲଡ଼ୁକେଶ ଆଥଲେଟିକ ଆସୋସିଏସନ, ଶରଣକୁଳ ଆନୁକୂଲ୍ୟରେ ଆୟୋଜିତ ୬୪ତମ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗଣ୍ଡରପୁର ଫୁଟବଲ କ୍ଲବ, ଭୁବନେଶ୍ବର ଟାଇ ବ୍ରେକରରେ ୟୁନାଇଟେଡ ସ୍କୋର୍ଟ୍ କ୍ଲବ, ବରଗଡ଼କୁ ୫-୪ ଗୋଲରେ ବିଜୟ ହାସଲ କରି ଚାମ୍ପିୟାନ ଆଖ୍ୟା ହାସଲ କରିଥିଲେ । ଫାଇନାଲ ମ୍ୟାଚକୁ ଉପଭୋଗ କରିବା ପାଇଁ ପଡ଼ିଆରେ ପ୍ରାୟ ଦଶ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଉପସ୍ଥିତ ରହିଥିଲା । ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିବା ପ୍ରଥମାର୍ଦ୍ଧ ଖେଳ ସଂଘର୍ଷପୂର୍ଣ୍ଣ ରହିଥିଲେ ମଧ୍ୟ କେହି କାହାରିକୁ ଗୋଲସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଦ୍ବିତୀୟାର୍ଦ୍ଧ ଖେଳର ୧୯ ତମ ମିନିଟରେ ଗଣ୍ଡରପୁପୁର ୧୧ନଂ ଜର୍ସି ଖେଳାଳି ଏକ ଗୋଲଦେଇ ଦଳକୁ ୧-୦ ଆଗୁଆ ରଖୁଥିଲା । ପରେ ବରଗଡ଼ ଆକ୍ରମଣାତ୍ମକ ଖେଳି ୨୮ତମ ମିନିଟରେ ୯ନଂ ଜର୍ସି ଖେଳାଳି ସୁଶୀଲ ପଢିଆରି ଏକ ଗୋଲ ସ୍କୋର କରି ୩୫ତମ ମିନିଟରେ ୨୬ନଂ ଜର୍ସି ଖେଳାଳି କ୍ରିଷ୍ଣା ହରିପାଳଙ୍କ ଗୋଲରେ ଦଳ ୨-୧ ରେ ଆଗୁଆ ଥିଲା । କିନ୍ତୁ ଖେଳର ଶେଷ ମିନିଟରେ ଗଣ୍ଡରପୁର ଦଳର ୮ ନଂ ଖେଳାଳି ଅରବିନ ଲାକ୍ରାଙ୍କ ଗୋଲ ଦଳକୁ ବରାବର ସ୍ଥିତିକୁ ନେଇଥିଲା। ପରେ ଟାଇ ବ୍ରେକରରେ ଗଣ୍ଡରପୁର ଦଳ ୫-୪ ଗୋଲରେ ବିଜୟୀ ହୋଇଥିଲା। ପରେ ଆଜିର ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ସଭାପତି ସତ୍ୟ ନାରାୟଣ ପ୍ରଧାନଙ୍କ ସହିତ ମୁଖ୍ୟଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ସମ୍ମାନିତ ଅତିଥ୍ ଭାବେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦେଶକ ତଥା ଶିଖରପୁର ସରପଞ୍ଚ ସନ୍ୟାସୀ ପ୍ରଧାନ, ଶରଣକୂଳ ଜିଲା ପରିଷଦ ସଭ୍ୟା ଚିନ୍ମୟୀ ଦାଶ, ଗୋଡିପଡା ଜିଲା ପରିଷଦ ସଭ୍ୟା ସଂଯୁକ୍ତା ପଢିଆରୀ, ସାମାଜିକ କର୍ମୀ ମନସୁର ବକ୍ସ, ସାମାଜିକ କର୍ମୀ ପ୍ରଫୁଲ ନାଏକ, ସାମାଜିକ କର୍ମୀ ତ୍ରିନାଥ ବିଶ୍ବାଳ ଆଦି ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପରେ ମଧ୍ୟାନରରେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାଙ୍କ ସହ ପଡିଆରେ ଦୁଇଦଳ ଖେଳାଳୀ ଓ ରେଫେରୀଙ୍କ ସହିତ କରମର୍ଦ୍ଦନ ଓ ପରିଚୟ ଆଦାନପ୍ରଦାନ ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ପରେ ଆତସବାଜୀ ପ୍ରଦର୍ଶନ ସହ ପୁରସ୍କାର ବିତରଣୀ ଉତ୍ସବରେ ଅନୁଷ୍ଠାନ ସମ୍ପାଦକ ରବୀନ୍ଦ୍ର କୁମାର ଚୌଧୁରୀ ବିବରଣୀ ପାଠ କରିଥିଲେ। ପରେ ଉପସ୍ଥିତ ଅତିଥି ଗଣ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଚମ୍ପିୟାନ ଦଳ ଗଣ୍ଡରପୁରକୁ ଟ୍ରଫି ସହ ତିରିଶ ହଜାର ଟଙ୍କା ଓ ଉପବିଜେତା ବରଗଡ଼କୁ ଟ୍ରଫି ସହ ୨୦ହଜାର ଟଙ୍କା ଏବଂ ଆଜିର ଶ୍ରେଷ୍ଠ ଖେଳାଳି ଅଶ୍ବିନ ଡୁମଙ୍କୁ ଟ୍ରଫି ସହ ଏକ ହଜାର ଟଙ୍କା ଏବଂ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ବରଗଡ଼ର ସୁନିଲ ପଢିହାରିଙ୍କୁ ଟ୍ରଫି ସହ ୨ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ମୁଖ୍ୟ ରେଫରି ଭାବେ ରାଜୁ ମାହାନ୍ତି ଖେଳକୁ ପରିଚାଳନା କରିଥିବା ବେଳେ ଲାଇନରେ ସହାୟତା କରିଥିଲେ ପ୍ରସନ୍ନ କୁମାର ନାୟକ, ପ୍ରିୟବ୍ରତ ସେନାପତି ଓ ରେଫରି ଭାବେ ଜଗନ୍ନାଥ ପରିଡ଼ା ଖେଳକୁ ପରିଚାଳନା ଏହି କାର୍ଯ୍ୟକ୍ରମରେ ସମସ୍ତ ସଦସ୍ୟ ମାନଙ୍କ ସହ ବହୁ ସ୍ବେଛାସେବୀ ଯୋଗଦେଇ ସହଯୋଗ କରିଥିଲେ ।
ରାଜ୍ୟ
୬୪ତମ ସର୍ବଭାରତୀୟ ଫୁଟବଲ ଟୁଣ୍ଡାର୍ମେଣ୍ଟ: ଭୁବନେଶ୍ବର ଗଣ୍ଡରପୁର ଫୁଟବଲ କ୍ଲବ ଚମ୍ପିୟାନ
- Hits: 6











