ହେଡଲାଇନସ୍:

ନୟାଗଡରେ ଯୁବକଙ୍କୁ ପିଟି ପିଟି ହତ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ(ବିଶ୍ୱଜିତ ନାୟକ):- ନୟାଗଡ ଟାଉନ ଥାନା ବୃନ୍ଦାବନପୁରରେ ଯୁବକଙ୍କୁ ପିଟିପିଟି ହତ୍ଯା । ପାରିବାରିକ ବିବାଦରୁ ହତ୍ଯାକାଣ୍ଡ ହୋଇଥିବା ଜଣାପଡିଛି । ମୃତକ ହେଲେ ପିଣ୍ଟୁ ମାଝୀ ।ବୃନ୍ଦାବନପୁର ଗାଁର କୈଳାଶ ମାଝୀ ଏବଂ ତାଙ୍କ ଭିଣୋଇଙ୍କ ସହ ଦିର୍ଘଦିନ ହେଲା ପାରିବାରିକ ବିବାଦ ରହିଥିଲା । ଭଣଜା ଜାଗୁଲା ପରିଡା ଗତ କିଛିଦିନ ହେଲା କୈଳାଶଙ୍କ ଘର ଆଗରେ ଗାଳିମନ୍ଦ କରୁଥିଲା । ଗତକାଲିରାତିରେ ଜାଗୁଲା ପୁଣି ଗାଳି କରିବାରୁ କୈଳାଶଙ୍କ ପୁଅ ପିଣ୍ଟୁ ଏହାକୁ ବିରୋଧ କରିଥିଲେ । ବିଳମ୍ବିତ ରାତିରେ ପିଣ୍ଟୁ ଗାଁ ମଣ୍ଡପରେ ବସିଥିବାବେଳେ ଜାଗୁଲା , ତାର ବାପା ଜୁଗଳ ଏବଂ ଅନ୍ଯ ତିନିଜଣ ମିଶି ତାକୁ ବାଉଁଶ ଏବଂ ହାତୁଡାରେ ଅତି ନିର୍ମମ ଭାବେ ପିଟି ଥିଲେ । ଘଟଣାସ୍ଥଳରେ ହିଁ ପିଣ୍ଟୁଙ୍କର ମୃତ୍ଯୁ ହୋଇଯାଇଥିଲା । ପାଟିତୁଣ୍ଡ ଶୁଣି ପିଣ୍ଟୁଙ୍କ ବାପା-ମା ଘଟଣାସ୍ଥଳକୁ ଆସିବାରୁ ଦୁବୃର୍ତ୍ତମାନେ ସେମାନଙ୍କୁ ମଧ୍ଯ ଆକ୍ରମଣ କରିଥିଲେ । ଆକ୍ରମଣରେ ଉଭୟ ବୃଦ୍ଧ ବାପା-ମା ଆହତ ହୋଇ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଟାଉନଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବା ସହ ସହ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଚଲାଇଛି

0
0
0
s2sdefault