ହେଡଲାଇନସ୍:

ପୂର୍ବଶତୃତାକୁ କେନ୍ଦ୍ର କରି ମଦନପୁର ଗ୍ରାରେ ଫୁଟିଲା ବୋମା, ଅପରାଧିକୁ ଧରିବାକୁ ପୋଲିସର ଛାନଭିନ୍,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପାଣ୍ଡେରିପଡା ପଞ୍ଚାୟତ ମଦନପୁର ଗାଁମରେ ଶନିବାର ରାତିର ବୋମାମାଡ ଘଟଣାର ଓଡ଼ଗାଁ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅପରାଧୀକୁ ଧରିବା ପାଇଁ ସାଇଣ୍ଟିଫିକ୍ ଟିମର ସହାୟତାରେ ଏହାକୁ ଅଧିକ ତ୍ବରାନ୍ବିତ କରିଛି । ଘଟଣାରେ ସମ୍ପୃକ୍ତ ପ୍ରକୃତ ଅଭିଯୁକ୍ତଙ୍କ ପରିଚୟ ମିଳିବାପରେ ତଦନୁଯାୟୀ ଓଡ଼ଗାଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଘଟଣାର ଅଭିଯୋଗ ଅନୁସାରେ ଶନିବାର ରାତି ୯ ସମୟରେ ମଦନପୁର ଗାଁର ସୁଧାଂଶୁ ବେହେରା ତାଙ୍କ ପରିବାର ସହିତ ଏକାଠି ବସି ରାତି ଭୋଜନ କରୁଥିବା ସମୟରେ ଦାଣ୍ଡଘରେ ଏକ ବୋମା ଫୁଟିଥିବାର ଶବ୍ଦଶୁଣି ଭୟଭୀତ ହୋଇ ପଡିଥିଲେ । ଏବଂ ସୁଧାଂଶୁ ସତର୍କତାର ସହିତ ଯାଇ ଦେଖିଲା ବେଳକୁ ଝରକାର କାଚ ଓ ବୋମାର କିଛି ଅଂଶ ଭାଙ୍ଗି ତଳେ ପଡିଥିବା ଦେଖିଥିଲେ । ଏବଂ ଦାଣ୍ଡକୁ ଆସି ଦେଖିଲା ବେଳକୁ ୩ ଜଣ ଦୁବୃର୍ତ୍ତ ଗୋଟିଏ ବାଇକରେ ଘଟଣା ସ୍ଥଳରୁ ଚାଲିଯାଉଥିବା ଦେଖିବାକୁ ପାଇଥିଲେ । ଏନେଇ ପୂର୍ବ ଶତ୍ରୁତା ରଖି ଆସିଥିବା ସେହି ଗାଁର ୨ ଜଣଙ୍କ ନାମରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ବୋମା ଦ୍ବାରା ଜୀବନରେ ମାରିଦେବା ଉଦ୍ୟମ କରିଥିବା ଦଫା ଲଗାଇ ୩୫୧/୨୫ ରେ ଏକ ମାମଲା ରୁଜୁ କରିଥିଲେ । ଏବଂ ସେହି ରାତିରେ ଘଟଣା ସ୍ଥଳରେ ପହଁଚି ସରଜମିନ ତଦନ୍ତ କରିବା ସହିତ ଘଟଣା ସ୍ଥଳରେ ଜଗି ରହିଥିଲେ । ରବିବାର ସାଇଣ୍ଟିଫିକ୍ ଦଳ ଆସି ସିସିଟିଭି ଫୁଟେଜ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି ଶାଖିଙ୍କ ବୟାନ ଏବଂ ତଥ୍ୟ ପ୍ରମାଣ ସଂଗ୍ରହ କରି ଫେରିଥିଲେ । ତେବେ ସୁଧାଂଶୁଙ୍କ ଅଭିଯୋଗର ଅଭିଯୁକ୍ତ ମାନଙ୍କ ଫଟୋ ସହିତ ପ୍ରକୃତ ଦୁର୍ଘଟଣା ଘଟାଇ ଚାଲିଯାଇଥିବା ସିସିଟିଭି ଫଟୋରେ ଅସାମଞ୍ଜସ୍ୟ ପରିଲକ୍ଷିତ ହୋଇଥିଲା । ଏଣୁ ବର୍ତ୍ତମାନ ଓଡ଼ଗାଁ ପୋଲିସ ସମସ୍ତ ଅବସ୍ଥାକୁ ବିଚାରକରି ଘଟଣା ଘଟାଇଥିବା ପ୍ରକୃତ ଅପରାଧୀମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

0
0
0
s2sdefault