ହେଡଲାଇନସ୍:

ଗାୟତ୍ରୀ ମହାବିଦ୍ୟାଳୟ ରେ ଜାତୀୟ ଫାର୍ମାସି ସପ୍ତାହ ପାଳିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଗୁଣୁପୁର ତା ୨୨.୧୧.ସ୍ଥାନୀୟ ରେଗେଡା ସ୍ଥିତ ଫର୍ମାସି ବୈଷୟିକ ମହାବିଦ୍ୟାଳୟ ରେ ଫାର୍ମାସିଷ୍ଟ ଆଡ଼ଭୋକେଟ ଫର ଭେକସିନସନ ବିଷୟବସ୍ତୁ ନେଇ ଆଲୋଚନା ଚକ୍ର ଉଦଯାପିତ ହୋଇ ଯାଇଛି l ଅନୁଷ୍ଠାନ ର ଚେୟାରମେନ ଅକ୍ଷୟ ଦାଶ ସମ୍ପାଦକ ସଞ୍ଜୟ ସାହୁ ଏବଂ ବିଶିଷ୍ଟ ଅତିଥି ଭାବେ ଉପଖଣ୍ଡ ଚିକିତ୍ସାଳୟ ର ନବ ନିଯୁକ୍ତ ସୁପରିଟେଣ୍ଡାଣ୍ଟ ଡ଼l ଶ୍ରୀକାନ୍ତ କୁମାର ଜେନା, ସମାନୀୟ ଅତିଥି ଭାବେ ଓଡିଶା ଫାର୍ମାସିଷ୍ଟ ସର୍ଭିସ ଆସସେ ସନ ର ପଦାଧିକାରୀ ସନ୍ତୋଷ ପାତ୍ର, ପ୍ରମୋଦ କୁମାର ସାହୁକାର, ଲକ୍ଷ୍ମଣ ବାଗ, ପ୍ରଶାନ୍ତ ପରିଡା ଓ ସୂର୍ଯ୍ୟନାରାୟଣ ପଣ୍ଡା ଯୋଗ ଦେଇ ଜାତୀୟ ଟୀକା କରଣ ରେ ଫାର୍ମାସିଷ୍ଟ୍ ଙ୍କ କର୍ତବ୍ୟ,ସେବା ଓ ଯୋଗଦାନ ସମ୍ପର୍କରେ ଆଲୋକ ପାତ କରିଥିଲେ l ଅନୁଷ୍ଠାନ ର ପ୍ରିନସିପାଲ ଡ଼ଃ କାଂହୁ ଚରଣ ପାଣିଗ୍ରାହୀ ଫାର୍ମାସି ସପ୍ତାହ ପାଳନ ର ଉଦେଶ୍ୟ ଜ୍ଞାପନ କରିଥିବାବେଳେ, ଅଧ୍ୟାପିକା ରଶ୍ମିତା ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ l ପ୍ରଫେସର ଅର୍ଚନା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମସ୍ତ କର୍ମଚାରୀ, ଛାତ୍ର, ଛାତ୍ରୀ ସହଯୋଗ କରିଥିଲେ l

0
0
0
s2sdefault