ବଣାଇ :-ମାନବିକତା ଦେଖାଇଲେ ସୁନ୍ଦରଗଡ଼ ଖୁଦ୍ର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ,ଘଟଣା ଟି ଥିଲା ଏହିପରି ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବଣାଇ ରେ ରହିଥିଲା, ଏହି କାର୍ଯ୍ୟକ୍ରମ ସରିବା ପରେ ନିଜର ଦୁଇ ସହଯୋଗୀ ସହକାରୀ ଯନ୍ତ୍ରୀଙ୍କୁ ଧରି ଅଧିକ୍ଷଣ ଯନ୍ତ୍ରୀ ଧୀରେନ୍ଦ୍ର ନାୟକ ନିକଟସ୍ଥ ହୋଟେଲ କୁ ଖାଇବାକୁ ଯାଉଥିବା ସମୟରେ ଦୁଇଟି ବାଇକ ଧକ୍କା ରେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇ ରାସ୍ତା ଉପରେ ଯନ୍ତ୍ରଣା ଭୋଗୁଥିଲେ, ଯାହାଙ୍କ ନାମ ସୁମିତ୍ରା ନାୟକ ଗୁରୁଣ୍ଡିଆ ବ୍ଲକର ମୂଷାପୋଷ ନିବାସୀ, ତାଙ୍କୁ ତୁରନ୍ତ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ନାୟକ ନିଜର ସରକାରୀ ଗାଡ଼ିରେ ବଣାଇ ମୁଖ୍ୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିବା ସହ ତାଙ୍କର ଚିକିତ୍ସା କରେଇ ଜୀବନ ରକ୍ଷା କରିଥିଲେ, ଗତକାଲି ଏହି ଘଟଣା ସାଧାରଣରେ ଚର୍ଚ୍ଚା ହଉଥିଲା ବେଳେ, ପ୍ରକୃତରେ ଜଣେ ସରକାରୀ କର୍ମଚାରୀ ଭାବେ ଜଣେ ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ସହଯୋଗ କରି ନିଜର ମାନବିକତା ଦେଖେଇଛନ୍ତି |












