ହେଡଲାଇନସ୍:

ତିତିରା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ପ୍ରତିବାଦ, ସ୍କୁଲ ତାଲା ପକାଇଲେ ଛାତ୍ରଛାତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲିକୁଦା, ଶାସକ ପ୍ରଶାସକ ( ବିଚିତ୍ର ରଞ୍ଜନ ସାହୁ) : ବାଲିକୁଦା ବ୍ଲକର ତିତିରା ପ୍ରାଥମିକ ବିଦ୍ୟାଳୟରେ ଆଜି ଶିକ୍ଷକ ବଦଳି ପ୍ରତିବାଦ ଉତ୍ତେଜନା ପରିସ୍ଥିତି। ଶିକ୍ଷକ ବଦଳିକୁ ସ୍ଥଗିତ କରିବା ଦାବିରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ସକାଳୁ ସ୍କୁଲ ଗେଟ୍‌କୁ ତାଲା ପକାଇ ସ୍କୁଲ ଆଗରେ ଜୋରଦାର ପ୍ରତିବାଦ କରିଛନ୍ତି l ସୂତ୍ର ଅନୁସାରେ, ସ୍କୁଲରେ ଥିବା ଶିକ୍ଷକଙ୍କ ମଧ୍ୟରୁ ହଠାତ୍ ବଦଳି କରାଯାଇବାର ସୁୂଚନା ମିଳିଲାପରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା। ଏହା ପାଠପଢାର ଗୁଣମାନକୁ ପ୍ରଭାବିତ କରିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି l ସ୍କୁଲ ଗେଟ୍‌କୁ ତାଲା ପକାଯାଇଥିବାରୁ ପାଠପଢାରେ ବାଧା ସୃଷ୍ଟି ହୋଇଛି । ପ୍ରଶାସନ ଓ ଶିକ୍ଷା ବିଭାଗ ଏଥିପ୍ରତି ତୁରନ୍ତ ହସ୍ତକ୍ଷେପ କରିବାକୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଦାବି କରିଛନ୍ତି l

0
0
0
s2sdefault