ବିଚାରପତି ମାନେ ରକ୍ତଦାନ କରି ଉଦାହରଣ ସୃଷ୍ଟି କଲେ।
କେନ୍ଦୁଝର,ତା୯/୧୧- ଆଜି କେନ୍ଦୁଝରରେ ଜାତୀୟ ଆଇନସେବା ଦିବସ ପାଳନ ଅବସରରେ କେନ୍ଦୁଝର ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବ ସ୍ଥାନୀୟ ରୋଟାରୀ କ୍ଲବ ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିଲା। ଏ ଅବସରରେ ଡିଷ୍ଟ୍ରିକ୍ଟ ଲିଗାଲ ଏଡ଼ ଅଥରିଟିଙ୍କ ଦ୍ୱାରା ଇଣ୍ଡିଆନ ରେଡ଼କ୍ରସ ସୋସାଇଟି ସହଯୋଗରେ ରକ୍ତଦାନ ଶିବିର ଆୟୋଜିତ ହୋଇ ସଂଗୃହିତ ରକ୍ତକୁ ମାନବକଲ୍ୟାଣ ନିମନ୍ତେ ଜିଲ୍ଲା ରକ୍ତକେନ୍ଦ୍ରକୁ ପ୍ରେରଣ କରାଯାଇଥିଲା। ଜିଲ୍ଲା ଦୌରା ଜଜ ଗୋପାଳ ଚନ୍ଦ୍ର ବେହେରା ପ୍ରଥମେ ରକ୍ତଦାନ କରି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଥିଲେ। ମାନବ ସେବା ପାଇଁ ଏହିପରି ବିଚାରପତି ବୃନ୍ଦ ଆଗେଇ ଆସି ସାମୂହିକ ଭାବେ ରକ୍ତଦାନ କରି ଏକ ଜାଜୁଲ୍ୟମାନ ପରମ୍ପରା ସୃଷ୍ଟି କରିଛନ୍ତି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦିକା ସସ୍ମିତା ନନ୍ଦିନୀ ତ୍ରିପାଠୀ,ଏସଡିଜେଏମ ସୁମିତା କୁମାରୀ ଦାଶ,ଡିଏଲଏସଏ ସଦସ୍ୟ ଅକ୍ଷୟ କୁମାର ଚକ୍ର ପ୍ରମୁଖ ଆଗଭର ହୋଇ ରକ୍ତଦାନ କରି ଥିଲେ ଏ ଅବସରରେ ସିଜେଏମ ହିମାଂଶୁ ଶେଖର ବିଶ୍ୱାଳ,ମହିଳା କୋର୍ଟ ବିଚାରପତି ନେହା ଦାଶ,ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଏସପି ସ୍ନେହାଶିଷ ସାହୁ,ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ, ରୋଟାରୀ ସଭାପତି ହରିହର ମହାନ୍ତ ଡାକ୍ତର ସଂଜୀବ ଓତା, ଡାକ୍ତର ରମାକାନ୍ତ ମୁଣ୍ଡା,ବରିଷ୍ଠ ଆଇନଜୀବୀ ଅଶ୍ୱିନୀ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ।











