ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ: କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ଉକ୍ତ ଗ୍ରାମର କାଶୀନାଥ ସେଠୀ ନାମକ ଜଣେ ବୃଦ୍ଧଙ୍କୁ ମୋଟରସାଇକେଲ ଧକ୍କା ଦେଇଥିଲା। ଯାହା ଫଳରେ କାଶୀନାଥ ଓ ମୋଟରସାଇକେଲ ଚାଳକ ପୋଲସରା ରାଣୀପଡା ଗ୍ରାମ ର ମିଟୁ ପରିଡ଼ା ଗୁରୁତର ଅବସ୍ଥାରେ ରାସ୍ତାରେ ଛିଟିକି ପଡ଼ି ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ମିଟୁ କୁ ପୋଲସରା ଡାକ୍ତରଖାନା ଓ କାଶୀନାଥ କୁ କୋଦଳା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଡାକ୍ତରଖାନାରେ ପହଞ୍ଚି ଉଭୟଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ଦୁଇ ଜଣଙ୍କ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ରାଜ୍ୟ
ମୋଟରସାଇକେଲ ଧକ୍କାରେ ବୃଦ୍ଧ ଓ ଚାଳକଙ୍କ ମୃତ୍ୟୁ
- Hits: 15











