ହେଡଲାଇନସ୍:

୨୦୨୫-୨୭ ପାଇଁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ନୂଆ ପରିଚାଳନା କମିଟି ଗଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବିକାଶ ଓ ନୈତିକ ଅଭ୍ୟାସ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି

ଭୁବନେଶ୍ୱର: ୧୦୦ରୁ ଅଧିକ ଅଗ୍ରଣୀ ଡେଭ୍‌ଲପରଙ୍କ ପ୍ରତିନିଧିତ୍ୱ କରୁଥିବା କନ୍‌ଫେଡେରେଶନ ଅଫ୍ ରିଅଲ ଇଷ୍ଟେଟ ଡେଭ୍‌ଲପର୍ସ ଆସୋସିଏଶନ୍ସ ଅଫ୍ ଇଣ୍ଡିଆ (କ୍ରେଡାଇ)ର ଭୁବନେଶ୍ୱର ଚାପ୍ଟର ପକ୍ଷରୁ ୨୦୨୫-୨୭ ଅବଧି ପାଇଁ ଏହାର ନବନିର୍ବାଚିତ ପରିଚାଳନା କମିଟିର ଘୋଷଣା କରାଯାଇଛି । ରିଟର୍ଣ୍ଣିଂ ଅଫିସର ମଧୁ ମହାନ୍ତି ଓ ମହମ୍ମଦ ମୋକିମଙ୍କ ତତ୍ୱାବଧାନରେ ଏହି ନିର୍ବାଚନ ପ୍ରକ୍ରିୟା ଗତ ନଭେମ୍ବର ୮ ତାରିଖ ୨୦୨୫ରେ ସଫଳତା ସହ ପରିଚାଳିତ ହୋଇଛି ।

ଏକ ସ୍ୱଚ୍ଛ ଚୟନ ପ୍ରକ୍ରିୟା ପରେ ନିର୍ବାଚିତ ହୋଇଥିବା ନୂତନ ସଦସ୍ୟମାନେ ହେଲେ ଅଧ୍ୟକ୍ଷ ଶେଖ୍ ମୈରାଜୁଲ ହକ୍‌, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ସାହୁ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ସାହୁ, ସଚିବ ଶ୍ରୀଯୁକ୍ତ କଳିଙ୍ଗ କେଶରୀ ରଥ, ଯୁଗ୍ମ ସଚିବ ଶ୍ରୀଯୁକ୍ତ ନାଭାଲ ମହାଜନ, ଯୁଗ୍ମ ସଚିବ ଶ୍ରୀଯୁକ୍ତ ସୌଭାଗ୍ୟ ସୁନ୍ଦର ରାଉତରାୟ, ଟ୍ରେଜରର୍ ଶ୍ରୀଯୁକ୍ତ ମନମୋହନ ଅଗ୍ରୱାଲ, କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ପାଢୀ, କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ମାନସ କୁମାର ବେହେରା, କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ଆଦିତ୍ୟ ଦାସ ଏବଂ କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀଯୁକ୍ତ ଅଭୟ କୁମାର ପଣ୍ଡା ଇତ୍ୟାଦି ।

ନିର୍ବାଚନର ଫଳାଫଳ ଘୋଷଣଶ ଅବସରରେ କ୍ରେଡାଇର ଜାତୀୟ ଉପାଧ୍ୟକ୍ଷ ଏବଂ କ୍ରେଡାଇ ଓଡିଶା ଅଧ୍ୟକ୍ଷ ଶ୍ରୀ ସ୍‌ବଦେଶ କୁମାର ରାଉତରାୟ ଏବଂ କ୍ରେଡାଇ ଓଡିଶା ସଚିବ ଶ୍ରୀ ଅନୀଲ କୁମାର ଅଗ୍ରୱାଲ ଉପସ୍ଥିତ ଥିଲେ, ଯିଏ ନବନିର୍ବାଚିତ ସଦସ୍ୟମାନଙ୍କୁ ହାର୍ଦ୍ଦିତ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ।

ନବନିର୍ବାଚିତ ଅଧ୍ୟକ୍ଷ ଶେଖ୍ ମୈରାଜୁଲ ହକ୍‌ଙ୍କ ନେତୃତ୍ୱ ଅଧିନରେ ନୂଆ ପରିଚାଳନନା କମିଟି ଭୁବନେଶ୍ୱରରେ ରିଅଲ ଇଷ୍ଟେଟ କ୍ଷେତ୍ର ପାଇଁ ଏକ ପ୍ରଗତିଶୀଳ ଦୃଷ୍ଟିକୋଣର ରୂପରେଖା ପ୍ରସ୍ତୁତ କରିଛି । ଏହି କମିଟି ନୀତି ପରିଚାଳନାକୁ ସୁଦୃଢ କରିବ, ନୈତିକ ବ୍ୟବସାୟିକ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାୟୀ ବିକାଶ ପଦକ୍ଷେପଗୁଡିକୁ ସଫଳ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି ।

ସ୍ୱଚ୍ଛତା, ଉତରଦାୟିତ୍ୱ ଓ ଉପଭୋକ୍ତା ବିଶ୍ୱାସ ଉପରେ ନୂତନ ଗୁରୁତ୍ୱ ସହିତ କ୍ରେଡାଇ ଭୁବନେଶ୍ୱର ଗୃହକ୍ରେତାଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧି କରିବା ଏବଂ ଅଂଚଳରେ ଡେଭ୍‌ଲପର ସମୁଦାୟର ନିର୍ଭରଯୋଗ୍ୟତାକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖିଛି । କ୍ରେଡାଇ ଭୁବନେଶ୍ୱର ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ନିର୍ବାଚଳ ପ୍ରକ୍ରିୟା ସମୟରେ ନିଜର ଉତ୍ସାହପୂର୍ଣ୍ଣ ସହଯୋଗ ପାଇଁ ସମସ୍ତ ସଦସ୍ୟମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛି ।

0
0
0
s2sdefault