ଓଡ଼ଗାଁ,୯।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ହରିପୁର ପଞ୍ଚାୟତ ଭାଟସାହି ଜୟପୁର ଗାଆଁର ତ୍ରିନାଥ ବେହେରା(୨୫)କୁ ନାବାଳିକା ଅପହରଣ ମାମଲାରେ ଓଡ଼ଗାଁ ପୋଲିସ ଗିରଫ କରିଛନ୍ତି । ବାହାଡ଼ାଝୋଲା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ପରିବାର ଲୋକେ ଚଳିତ ବର୍ଷ ଜୁଲାଇ ମାସ ୨୬ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ୍ ୨୧୯/୨୫ରେ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଗତକାଲି ଶନିବାର ରାତିରେ ଭୁବନେଶ୍ବର ପଟିଆ ଅଞ୍ଚଳରୁ ତ୍ରିନାଥକୁ ଗିରଫ କରିବା ସହିତ ନାବାଳିକାକୁ ଉଦ୍ଧାର କରି ଓଡ଼ଗାଁ ଥାନାକୁ ଆଣିଥିଲେ । ନାବାଳିକା ଅରାଜି ହେବାରୁ ତାର ଡାକ୍ତରି ମାଇନା ହୋଇନଥିଲା। ଅନ୍ୟ ପକ୍ଷରେ ନିଜ ବାପା ମାଙ୍କ ପାଖକୁ ଯିବାପାଇଁ ମନାକରିବାରୁ ଓଡ଼ଗାଁ ପୋଲିସ ହେପାଜତରେ ରବିବାର ନାବାଳିକାକୁ ନୟାଗଡ଼ ସୁଧାର ଗୃହକୁ ପଠାଇ ଦିଆଯାଇଛି ।
ରାଜ୍ୟ
ନିଖୋଜ ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ ଗିରଫ
- Hits: 8











