ଅନ୍ୟ ରାଜ୍ୟକୁ ଯାଇଥିବା ଭୋଟର ଏବେ ଚିନ୍ତାରେ
ରାଜଗାଙ୍ଗପୁର: ନିର୍ବାଚନ କମିଶନ ଦେଶର ୯ଟି ରାଜ୍ୟ ଏବଂ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର କାର୍ଯ୍ୟକାରୀ କରୁଛନ୍ତି। ଭୋଟରଙ୍କୁ ଏସଆଇଆର ଇଆର ଫର୍ମରେ ୨୦୦୨ ଭୋଟର ତାଲିକା ସଂଶୋଧନରୁ ସୂଚନା ମଗାଯାଉଛି, ତେଣୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ସ୍ଥାନାନ୍ତର ହୋଇଥିବା ଭେ ଭୋଟରଙ୍କୁ ଓଡ଼ିଶା ଭୋଟର ତାଲିକା ଆବଶ୍ୟକ। ଓଡ଼ିଶାରେ, ୨୦୦୨ ଏବଂ ୨୦୨୫ଭୋଟର ଟର ତାଲିକା ମେଳ କରାଯାଉଛି। ଉଭୟ ଭୟ ତାଲିକା ସମସ୍ତ ପ୍ରାସଙ୍ଗିକ ବୁଥସ୍ତରୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ତାଲିକାଟି ଓଡ଼ିଶା ନିର୍ବାଚନ କମିଶନ ୱେବସାଇଟରେ ଅପଲୋଡ୍ କରାଯାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ସୁନ୍ଦରଗଡ଼ ଜିଲାରେ କେବଳ ଛଅଟି ନିର୍ବାଚନମଣ୍ଡଳୀ ୱେବସାଇଟରେ ଉପଲବ୍ଧ ରହିଥିବା ଦେଖିବାକୁ ମିଳୁଛି। ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ତାଲିକା (ଭାଗ ନମ୍ବର ୧୩୭) ୱେବସାଇଟରେ ସାଇଟରେ ଗାଏବ
ହୋଇଯାଇଛି, ଯାହାଫଳରେ ପଶ୍ଚିମବଙ୍ଗରେ ରହୁଥିବା ପୂର୍ବତନ ରାଜଗାଙ୍ଗପୁର ଭୋଟରମାନେ ଆବଶ୍ୟକ ଫର୍ମରେ ସେମାନଙ୍କ ସେମାନଙ୍କ ସୂଚନା ସେୟାର କରିପାରିବେ କ ବେନାହିଁ । ଆଜି ଅନେକ ଲୋକ ପୌରପାଳିକାକୁ ଯାଇ କାର୍ଯ୍ୟନିବ ଅଧିକାରୀ ଗୋବିନ୍ଦ ଦାନସେନା ଏବଂ ନୋଡାଲ ଅଧୂକାରୀ ଐଶ୍ୱର୍ଯ୍ୟା ପାଣିଗ୍ରାହୀଙ୍କ ନିକଟରେ ଅଭିଯୋଗ କରିଛ ରିଛନ୍ତି। ସେମାନେ ଏ ବିଷୟ ଉପରେ ନଜର ପକାଇ ଜିଲା ପ୍ରଶାସନକୁ ଜଣାଇଥିଲେ, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜଗାଙ୍ଗପୁର ଭୋଟର ତାଲିକା ୱେବସାଇଟରେ ଉପଲବ୍ଧ ଥିଲା। ଏସଆଇଆର କାର୍ଯ୍ୟକାରୀ ହୋଇପାରିଲାନାହିଁ। ଯେଉଁ ରାଜ୍ୟ ଗୁଡ଼ିକରେ ସାତ ଦିନ ମଧ୍ୟରେ ସୂଚନା ଦେବାକୁ ପଡ଼ିବ, ସେଠାରେ ଦୁଇଦିନ ବିତିସାରିଛି। ରାଜ୍ୟ ନିର୍ବାଚନ ଚନ ଅଧିକାରୀ ଜିଲା ପ୍ରଶାସନକୁ ପ୍ରଶାସନକୁ ଏହି ଭୁଲ୍କୁ ତୁରନ୍ତ ସଂ ସଂଶୋଧନ କରି ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର ୨୦୦୨ତାଲିକା ୱେବସାଇଟରେ ଅପଲୋଡ୍ କରିବାକୁ ? ଅନୁରୋଧ କରାଯାଇଛି ।











