ଜଣେ ଗୁରୁତ୍ତର ,୩ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
ଓଡ଼ଗାଁ,୩୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ତଥା ଏନ୍ଏସି ଜାରିଙ୍ଗ ନୂଆ ସାହିର ବାଲି ନେବା ସନ୍ଦେହରେ ୨ ପରିବାର ମଧ୍ୟରେ ମାରପିଟ୍ ଘଟଣାରେ ଜଣେ ଗୁରୁତର ହୋଇପଡ଼ିବାରୁ ତାକୁ ପ୍ରଥମେ ଓଡ଼ଗାଁ ଡାକ୍ତରଖାନାକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସାପରେ ପରେ ଗୁରୁତରଙ୍କୁ ନୟାଗଡ଼ ଏବଂ ପରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଜଣକ ହେଲେ ଓଡ଼ଗାଁ ଏନ୍ଏସି ଜାରିଙ୍ଗୀ ନୂଆ ସାହିର ଗୋଲକ ସାହୁ(୫୬)। ଏବଂ ଗିରଫ ମାନେ ହେଲେ ସେହି ସାହିର ରାଜକିଶୋର ସାହୁଙ୍କ ସ୍ତ୍ରୀ ମିନି ସାହୁ୪୧), ଅଜୟ ବେହେରାଙ୍କ ପୁଅ ଶୁଭଙ୍କର ବେହେରା(୨୨) ଏବଂ ଓଡ଼ଗାଁ ଲକ୍ଷ୍ମୀ ବଜାର ବିଶ୍ବନାଥ ସାହୁଙ୍କ ସ୍ତ୍ରୀ ପଦ୍ମା ସାହୁ(୨୫) । ଘଟଣାରୁ ପ୍ରକାଶ ଯେ ଗୋଲକ ସାହୁ ନିଜ ଘରକାମ ପାଇଁ ସିମେଣ୍ଟ ବାଲି ଘର ବାହାରେ ଜମା କରିଥିଲେ । ଜମା ବାଲିରୁ କେହି ବାଲି ନେଇଥିବା ନେଇ ଗୋଲକ ସାହୁ ସନ୍ଦେହ ପ୍ରକାଶ କରିବାରୁ ମିନି, ଶୁଭଙ୍କର ଏବଂ ପଦ୍ମାଙ୍କ ସହ ଗତ ୨୬ ତାରିଖ ରାତିରେ ଘଟଣାକୁ ନେଇ ଗଣ୍ଡଗୋଳ ଏବଂ ମାରପିଟ୍ ହୋଇଥିଲା । ତେବେ ମିନିସାହୁ ଏବଂ ତାଙ୍କ ସାଥିଙ୍କ ମିଳିତ ଆକ୍ରମଣରେ ଗୋଲକଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା।ଗୋଲକଙ୍କ ସ୍ତ୍ରୀ ପାଞ୍ଚାଳୀ ସାହୁ ଏନେଇ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ୍ ୩୩୪/୨୦୨୫ରେ ମାମଲା ରୁଜୁ କରି ମରଣାତ୍ମକ ଆକ୍ରମଣର ଦଫାରେ ଶୁକ୍ରବାର ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।











