ହେଡଲାଇନସ୍:

ପହଣ୍ଡି ହାଇସ୍କୁଲ ଛକରେ ବାଇକ ଧକ୍କା – ଆହତଙ୍କୁ ସହାୟତା କଲେ ସମାଜସେବୀ ହୃଦମଣି ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ଅନ୍ତର୍ଗତ ପହଣ୍ଡି ଗ୍ରାମର ହାଇସ୍କୁଲ ଛକ ନିକଟରେ ଆଜି ଦୁଇଟି ବାଇକ୍‌ ମଧ୍ୟରେ ଭୟାନକ ଧକ୍କା ଘଟିଥିଲା । ଏହି ଘଟଣାରେ ପହଣ୍ଡି ଗ୍ରାମର ରାମ ସାହୁ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣା ପରେ ସେ ବହୁତ ଛାତିରେ ମାଡ଼ ହୋଇଥିବାରୁ ଯନ୍ତ୍ରଣା ଭୋଗୁଥିଲେ ଓ ତାଙ୍କ ଅବସ୍ଥା ଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ ।
ଏହି ସମୟରେ ସ୍ଥାନୀୟ ସମାଜସେବୀ ଓ ପି.ଇ.ଟି. ଶିକ୍ଷକ ହୃଦମଣି ସାହୁ ସମୟରେ ଘଟଣାସ୍ଥଳକୁ ପହଞ୍ଚିଥିଲେ । ସେ ଆହତ ରାମ ସାହୁଙ୍କ ଅବସ୍ଥା ଦେଖି ୧୦୮ ଆମ୍ବୁଲାନ୍ସ ସେବା ସହ ଯୋଗାଯୋଗ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ସୂଚନା ମିଳିଲାପରେ ସେ ନିଜେ ବୋଲେରୋ ଗାଡ଼ି ନେଇ ଆହତ ଙ୍କୁ ବିଜେପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚାଇଥିଲେ ।
ଡାକ୍ତର ଙ୍କ ସହ କଥାହୋଇ ଚିକିତ୍ସା ବ୍ୟବସ୍ଥା କରିଥିଲେ । ଆହତ ଙ୍କୁ ହସ୍ପିଟାଲରେ ନେଇ ପହଞ୍ଚାଇବା ପରେ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ । ଡାକ୍ତରଙ୍କ ଅନୁସାରେ, ରାମ ସାହୁଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି ଓ ସମୟରେ ଚିକିତ୍ସା ମିଳିଥିବା ଦ୍ୱାରା ବଡ଼ ବିପଦରୁ ରକ୍ଷା ପାଇଛନ୍ତି ।
ଘଟଣା ସ୍ଥଳରେ ଥିବା ଲୋକମାନେ କହିଛନ୍ତି ଯେ, ହୃଦମଣି ସାହୁଙ୍କ ସତ୍ୱହ ପଦକ୍ଷେପ ନ ନେଇଥିଲେ ଆହତ ଙ୍କ ପାଇଁ ଅବସ୍ଥା ଗୁରୁତର ହୋଇଥାନ୍ତା ନିଜ ଗାଡ଼ିରେ ଆହତ ଙ୍କୁ ଉଠାଇ ନେଇ ହସ୍ପିଟାଲରେ ପହଞ୍ଚାଇଥିଲେ । ଏପରି ମାନବିକ ସେବା ଦେଖି ସ୍ଥାନୀୟ ଅଞ୍ଚଳର ଲୋକ ତାଙ୍କୁ ପ୍ରଶଂସା କରୁଛନ୍ତି ।
ସ୍ଥାନୀୟ ଲୋକେ କହିଛନ୍ତି ହୃଦମଣି ସାର୍ ନିଜେ ଆଗକୁ ଆସି ମାନବିକତା ଦେଖାଇଛନ୍ତି । ସେ ଆମ ଗ୍ରାମର ଗର୍ବ।”
ପହଣ୍ଡି ହାଇସ୍କୁଲର ଖେଳ ଶିକ୍ଷକ ଆମ ପାଇଁ ଏକ ଆଦର୍ଶ ମଣିଷ । ଆଜି ସେ ଯାହା କରିଛନ୍ତି, ସେ ଆମ ସମାଜ ପାଇଁ ଏକ ଉଦାହରଣ ।”
ଏହି ଘଟଣା ସମାଜରେ ମାନବିକତା ଓ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରିଛି । ହୃଦମଣି ସାହୁଙ୍କ ଏହି କାର୍ଯ୍ୟ ଆଜି ସମାଜରେ ଏକ ନୂଆ ସନ୍ଦେଶ ଦେଇଛି — “ସେବା ହିଁ ସବୁଠୁ ବଡ଼ ଧର୍ମ”। ସେ ଏକ ଶିକ୍ଷକ ହୋଇ ଯେପରି ମାନବିକ ସେବା କରିଛନ୍ତି, ତାହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ ।
ସେହିପରି ଅନେକ ସମାଜସେବୀ ଓ ସଂଗଠନ ସହିତ ଯୋଡି ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ “ଏପରି ମଣିଷ ମାନେ ଯଦି ପ୍ରତ୍ୟେକ ଗାଁ ରେ ରହନ୍ତି, ତେବେ ଆମ ଦେଶରେ ମାନବିକତାର ଅଭାବ ରହିବ ନାହିଁ ।”
ଆହତ ଙ୍କୁ ସହାୟତା କରି ଏକ ଜୀବନ ରକ୍ଷା କରିଛନ୍ତି । ଏହି ମାନବିକ କାର୍ଯ୍ୟ ଆଜି ସମାଜରେ ଏକ ଶିକ୍ଷା ଓ ପ୍ରେରଣା ରୂପେ ରହିବ ।

0
0
0
s2sdefault