ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ପବିତ୍ର କାର୍ତ୍ତିକ ମାସ ସରି ଆସୁଥିବା ବେଳେ ଆଜି ଅଁଳା ନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଆଜି ବେଲଗୁଣ୍ଠାର ବହୁ ହବିଷ୍ୟାଳି ଅଁଳା ନବମୀ ପୂଜା କରିଛନ୍ତି I ସେମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ରୀତିନୀତି ମୁତାବକ ପୂଜା କରିଛନ୍ତି I ବିଶ୍ୱାସ ରହିଛି ଅଁଳା ଗଛରେ ହରିହର ବାସ କରିଥାନ୍ତି I ଅଁଳା ନବମୀ ଦିନ ଅଁଳା ପଛକୁ ପୂଜାକଲେ ବହୁବିଧ ଫଳ ପ୍ରାପ୍ତି ହୋଇଥଏ I ତେଣୁ ହବିଷ୍ୟାଳି ମାନେ ଆଜି ଭକ୍ତିର ସହିତ ଅଁଳା ଗଛ ଚାରିପଟେ ପଞ୍ଚ ମୁରୁଜରେ ଚିତା ଆଙ୍କିବା ସହିତ ଅଁଳା ଗଛକୁ ଚୁଡି, ସିନ୍ଦୁର ଦେଇ ପୂଜା କରିଥିଲେ I ଏହା ସହିତ ହବିଷ୍ୟାଳି ମାନେ ରାଧାପାଦ ଦର୍ଶନ କରିଥିଲେ I ରାଧାପାଦ ଦର୍ଶନ ପାଇଁ ମନ୍ଦିରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା I ହୁଳୁହୁଳି ହରୀବୋଲରେ ବେଲଗୁଣ୍ଠା ସହର ପ୍ରକମ୍ପିତ ହୋଇଥିଲା I
ରାଜ୍ୟ
ହବିଷ୍ୟାଳିଙ୍କ ଅଁଳା ନବମୀ ପୂଜା ଅନୁଷ୍ଠିତ
- Hits: 9











