 ନବରଙ୍ଗପୁର :୩୧.୧୦.୨୦୨୫:ଅଶୋକ ସାହୁ, ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଂକ ଜନ୍ମ ୧୫୦ ତମ ଜନ୍ମତିଥି ଓ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପୋଲିସ ବିଭାଗପକ୍ଷରୁ ଆୟୋଜିତ ଏକତା ଦୌଡ଼ ରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଯୁବକ ସଂଘ ର କର୍ମକର୍ତ୍ତା ପ୍ରମୁଖ ଭାଗ ନେଇଥିଲେ। ସ୍ଥାନୀୟ ସଦାଶିବ ତ୍ରିପାଠୀଙ୍କ ପାର୍କ ଠାରୁ ଏହି ଦୌଡ଼ ଆରମ୍ୱ ହୋଇ ପୋଲିସ ପଡିଆ ଠାରେ ଶେଷ ହୋଇଥିଲା। ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ଏବଂ ସମ୍ମାନିତ ଅତିଥି ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପଦ ଯୋଗ ଦେଇ ପତକା ଦେଖାଇ ଆନୁଷ୍ଠାନିକ ଭାବେ ଏକତା ଦୌଡ଼ ର ଶୁଭାରମ୍ଭ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ )ବିଶ୍ୱଜିତ୍ ଚନ୍ଦ୍ର ବର୍ମନ୍, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଉପ ଅଧିକ୍ଷକ କୃଷ୍ଣ ଚନ୍ଦ୍ର ଭତରା, ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା , ଜିଲ୍ଲା କ୍ରୀଡା ଅଧିକାରୀ ସୁଶାନ୍ତ କୁମାର ନାୟକ, ସମୀର କୁମାର ପାତ୍ର, ଅତିରିକ୍ତ ମଙ୍ଗଳ ଅଧିକାରୀ ଭରତ ସାହୁ ଏବଂ ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଦେଇଥିଲେ। ଦୌଡ଼ ଶେଷରେ ପୋଲିସ ପଡିଆ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ସବୁ ଧର୍ମର ଗୁରୁ ମାନେ ଅତିଥି ଭାବରେ ଉପସ୍ଥିତ ରହିଥିଲେ । ହିନ୍ଦୁ ଧର୍ମ ପକ୍ଷରୁ ରାଜ ପୁରୋହିତ ନରସିଂହ ତ୍ରିପାଠୀ, ମୁସଲମାନ ଧର୍ମ ପକ୍ଷରୁ ନବରଙ୍ଗପୁର ଜାମା ମସଜିଦର ମହମ୍ମଦ ରାଜା ଏବଂ କ୍ରିଷ୍ଟିଆନ ଧର୍ମ ପକ୍ଷରୁ ରେଭ୍ ବାବଲିନ ବିଷୋୟୀ ପ୍ରମୁଖ ଯୋଗ ଦେଇ ଭାଇଚାରା ଏବଂ ଏକତାର ସନ୍ଦେଶ ଦେଇଥିଲେ। ଜିଲ୍ଲାରେ ସମସ୍ତ ଧର୍ମର ବ୍ୟକ୍ତି ବିଶେଷ ଙ୍କ ଏକତା ରହିଛି ଓ ଏହା ଆମର ଗର୍ବ ଏବଂ ଗୌରବ ବୋଲି ମୁଖ୍ୟ ଅତିଥି ଜିଲ୍ଲାପାଳ ଡକ୍ଟର ସ୍ୱାଇଁ କହିଥିଲେ ।ସେହିପରି ସମସ୍ତ ଧର୍ମର ଏକତା କୁ ନେଇ ଆମ ଦେଶ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ବିଶିଷ୍ଟ ଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀ ସଂପଦ ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ବୁଦ୍ଧିଜୀବୀ କୁଞ୍ଜବିହାରୀ ଦାସ ଭାରତ ରତ୍ନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସଭା କାର୍ଯ୍ୟକ୍ରମ କୁ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ଶେଷରେ ଉପସ୍ଥିତ ସମସ୍ତ ସଭ୍ୟ ଦେଶର ଏକତା ଏବଂ ଅଖଣ୍ଡତା କୁ ନେଇ ଏକ ଶପଥ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳ କରିବାରେ ଜିଲ୍ଲା ପ୍ରଶାସନ ର ସହକାରୀ ଜିଲ୍ଲାପାଳ ଆଶୁତୋଷ ପାତ୍ର, ବିନାୟକ ଖାଡ ଙ୍ଗା,ଶିବ ଶଙ୍କର ପାଢ଼ୀ ,ପ୍ରତିନିଧି ଜିଲ୍ଲାପାଳ ସମୀର ପତ୍ର,ଅବକାରୀ ନିରୀକ୍ଷକ ଦିଲ୍ଲୀପ ରଥ ,ନିରଞ୍ଜନ ନାୟକ ସମେତ ପୋଲିସ ପ୍ରଶାସନର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।

ରାଜ୍ୟ
ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକତା ଦୌଡ଼
- Hits: 10