ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୫ ଆଜି (ଶୁକ୍ରବାର ) ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁମିତା ଯୋଗଦେଇ ଥିବା ବେଳେ ଉପସ୍ଥିତ ସମସ୍ତ ଅଧିକାରୀ , କର୍ମଚାରୀ , ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ , ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶପଥ ପାଠ କରାଇବା ସହିତ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ଆରକ୍ଷୀ ଅଧିକ୍ଷକ ଗଜପତି , ଶ୍ରୀ ପ୍ରଦୀପ କୁମାର ପ୍ରଧାନ , ଦୁର୍ନୀତି ନିବାରଣ ଖଣ୍ଡ ବ୍ରହ୍ମପୁର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ଶ୍ରୀ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ଓ ଡ଼. ମାୟାଧର ସାହୁ , ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି ପ୍ରମୁଖ ମଞ୍ଚାସିନ ଥିଲେ। ଆଜିର ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନର ଦୁର୍ନୀତି ନିବାରଣ ଆମ ସାମୂହିକ ଦାୟିତ୍ଵ ବିଷୟରେ ଆଲୋଚନା କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ ଯେ ଏବେ ଠାରୁ ସାଦୁତା , ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ପାଳନ କରିବାକୁ ହେବ ଏବଂ ଦୁର୍ନିତି ମୂଳ ଉତ୍ପାଟନ ନିମନ୍ତେ ସରକାର , ନାଗରିକ , ଘରୋଇ କ୍ଷେତ୍ରରେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବା ଉଚିତ। ସେହିପରି ସାଧୁତା , ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି ସେ କହିଛନ୍ତି।
ସେହିପରି ଆରକ୍ଷୀ ଅଧିକ୍ଷକ ଗଜପତି ସମ୍ମାନିତ ଅତିଥି ଭାବରେ ଯୋଗଦେଇ କହିଥିଲେ ଦେଶର ଆର୍ଥିକ , ରାଜନୈତିକ ଓ ସାମାଜିକ ଉନ୍ନତିରେ ଦୁର୍ନୀତି ବାଧକ ସାଜିଛି ତେଣୁ ସମାଜର ପ୍ରତ୍ୟେକ ବର୍ଗ ଓ ଦୁର୍ନୀତିର ମୂଳ ଉତ୍ପାଟନ ପାଇଁ ଆଗେଇ ଆସିବା ଉଚିତ ବୋଲି କହିଛନ୍ତି। ୨୭ ଅକ୍ଟୋବର ତାରିଖ ଠାରୁ ନଭେମ୍ବର ୦୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି ବୋଲି ଆରକ୍ଷୀ ଅଧିକ୍ଷକ , ଦୁର୍ନୀତି ନିବାରଣ ଖଣ୍ଡ ବ୍ରହ୍ମପୁର କହିଛନ୍ତି।
ସେହିପରି ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ବାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ କରିବା ସହିତ ସାଦୁତା , ସ୍ୱଚ୍ଛତା ଓ ସମୟାନୁ ବର୍ତ୍ତିତା ହିଁ କର୍ମର ମୂଳମନ୍ତ୍ର ବୋଲି କହିଛନ୍ତି। ସମସ୍ତେ ଏକତ୍ରିତ ହୋଇ ସଚେତନତା ଓ ସତର୍କତା ରହି ଜନସାଧାରଣଙ୍କୁ ଏହି ଦିଗରେ ଅଧିକରୁ ଅଧିକ ସଚେତନ କରାଇବାକୁ ପଡ଼ିବ ବୋଲି କହିଥିଲେ।
ଏହି ଅବସରରେ ଆଜି ମିଶନ ଶକ୍ତି ବିଭାଗ ତରଫରୁ ମହିଳାମାନଙ୍କୁ ନେଇ ଦୁର୍ନୀତି ନିବାରଣ ସଚେତନତା ରାଲୀ ଆୟୋଜନ କରାଯାଇଥିଲା । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମଧ୍ୟରେ ଓଡ଼ିଆ ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତାର ଅନୁଷ୍ଠିତ ହୋଇଥିଲା ଏଥିରେ କୃତୀ ପ୍ରତିଯଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଡାକ୍ତର ମହମ୍ମଦ ମୁଭାରକ ଅଲ୍ଲୀ , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଗଜପତି , ଶ୍ରୀ ଭାସୁଦେବ ରାଓ , ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ , ଗଜପତି , ଶ୍ରୀ ତ୍ରିଲୋଚନ ଷଡ଼ଙ୍ଗୀ ଦୁର୍ନୀତି ନିବାରଣ ଗଜପତି , ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ , ନିର୍ବାହୀ ଅଧିକାରୀ ପୌର ପରିଷଦ ପାରଳାଖେମୁଣ୍ଡି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟତ୍ରୀ , ଗଣମାଧ୍ୟମ ପ୍ରତିନିଧି ଗଣ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣ ଓ କର୍ମଚାରୀ ଉପସ୍ଥିତ ଥିଲେ।

0
0
0
s2sdefault