 ବଡ଼ବିଲ(ଶାସକ ପ୍ରଶାସକ) ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମତିଥି  ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଥିବା ବେଳେ ବଡ଼ବିଲ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ବଡ଼ବିଲ ଏସ୍ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ, ଥାନା ଅଧିକାରୀ ଅଶୋକ କୁମାର ନାୟକ, ଏସ ଆଇ ବରଦା ପ୍ରସାଦ ସାହୁଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଏକତାର ନାରାଦେଇ ବଡ଼ବିଲ କିରିବୁରୁ ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବଙ୍ଗଳା ଛକ, ମେନ ରୋଡ଼ ଓ ବାଟା ଛକ ହୋଇ ବିକାଶ ମହଲ ପର୍ଯ୍ୟନ୍ତ ଯାଇଥିଲା। ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଡ଼ ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ, କେନ୍ଦୁଝର ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ,ବଡ଼ବିଲର ବିଭିନ୍ନ ସ୍ବେଛାସେବୀ ସଂଗଠନର ସଦସ୍ୟ,  ବିଭିନ୍ନ ସ୍ୱୟଂ ସହାୟତା ଗୋଷ୍ଠୀର ମହିଳା, ବଡ଼ବିଲ ପୌର ପାଳିକା କର୍ମଚାରୀ, ଟ୍ରକ ମାଲିକ ସଙ୍ଘର ସଦସ୍ୟ, ବଡ଼ବିଲ ଶିଳ୍ପ ତାଲିମ କେନ୍ଦ୍ର, ବଡ଼ବିଲ ମହାବିଦ୍ୟାଳୟ, ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ସ୍ଥାନୀୟ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

 ଏହି ପରିପ୍ରେକ୍ଷୀରେ ପୂର୍ବରୁ ବଡ଼ବିଲ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ଶିକ୍ଷlନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବଡ଼ବିଲ ଏସ୍ ଡି ପି ଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ଓ ଥାନା ଅଧିକାରୀ ଅଶୋକ କୁମାର ନାୟକ ସମସ୍ତ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।