ନବରଙ୍ଗପୁର: ୧୧.୧୦.୨୦୨୫: “ନୂଆ ଚେତନା, ନୂଆ ଭାବନାରେ, ନୂଆ ସୃଜନର ଧ୍ୱଜାଧାରଣୀ ଆମ ଝିଅ — ଝିଅଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓଡ଼ିଶା ସରକାର” ଏହି ବିଷୟକୁ ନେଇ ନବରଙ୍ଗପୁର ଜିଲ୍ଲା ପରିଷଦ କନଫରେନ୍ସ ହଲରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ଉତ୍ସାହ ଓ ଗମ୍ଭୀରତା ସହିତ ପାଳନ କରାଯାଇଲା।
ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ସମ୍ମାନୀତ ଅତିଥି ରୂପେ ମୁଖ୍ୟ ଉନ୍ନୟନ ଅଧିକାରୀ , ଜିଲ୍ଲା ପରିଷଦ,ବିରଞ୍ଚି ନାରାୟଣ ଦର୍ବାନ, ଉପ-ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର ଉପସ୍ଥିତ ଥିଲେ ।ବୈଠକରେ ବ୍ଲକ୍ ରିସୋର୍ସ ପର୍ସନ୍, ତେନ୍ତୁଳିଖୁଣ୍ଟି , ପ୍ରତ୍ୟେକ ବ୍ଲକର ସି ଡି ପି ଓ, ସୁପରଭାଇଜର, କିଶୋରୀ ଝିଅମାନେ, ସହିତ ୱାନ ଷ୍ଟପ ସେଣ୍ଟର କର୍ମଚାରୀମାନେ ଓ ଶକ୍ତି ସଦନ କର୍ମଚାରୀମାନେ ଯୋଗଦାନ କରିଥିଲେ।
ସଭାରେ ଅତିଥିମାନେ କନ୍ୟା ସନ୍ତାନଙ୍କ ସଶକ୍ତିକରଣ, ଶିକ୍ଷା, ସ୍ବାସ୍ଥ୍ୟ ଓ ସୁରକ୍ଷା ସହିତ ସମାଜରେ ତାଙ୍କ ସମାନ ଅଧିକାର ନେଇ ଆଲୋଚନା କଲେ। ଓଡ଼ିଶା ସରକାର ଝିଅମାନଙ୍କ ସମଗ୍ର ଉନ୍ନତି ପାଇଁ ବିଭିନ୍ନ ପ୍ରଗତିମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି।ଏହି ଅବସରରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ସମାଜରେ ନାରୀ ସଚେତନତା ଓ ସଶକ୍ତିକରଣ ବାର୍ତ୍ତା ପ୍ରସାର କଲେ। ପରେ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଲା।