ହେଡଲାଇନସ୍:

ରାଜଗାଙ୍ଗପୁର ପୌରପାଳିକାରେ ଅବ୍ୟବସ୍ଥା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଜଗାଙ୍ଗପୁର(ବିଷ୍ଣୁ ଭୋମିକ) ରାଜଗାଙ୍ଗପୁର ସହରର ଅବ୍ୟବସ୍ଥା ସହରବାସୀଙ୍କ ଲାଗି ଚିନ୍ତାର ବିଷୟପାଲଟିଥିବାବେଳେ ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନନଦେବା ସହରବାସୀଙ୍କର ଚିନ୍ତା ବଢ଼େଇ ଅଛି। ଦୀର୍ଘ ୪ ମାସ ହେବ ରାଜଗାଙ୍ଗପୁର ପୌରପାଳିକାରେ ବହୁତ ବଡ ଅବ୍ୟବସ୍ଥା ଦେଖ‌ିବାକୁ ମିଳୁଛି। ରାଜଗାଙ୍ଗପୁର ପୌରପାଳିକାରେ ଗତ ୪ ମାସ ତଳେ ତଥା ଜୁନ ୧୬ ତାରିଖରେ କିରଣ ବେହେରା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ। ସରକାରୀ ଖାତାରେ ୪ ମାସ କାର୍ଯ୍ୟରତ ବୋଲି ଉଲ୍ଲେଖ ଥିଲେ ହେଁ, ସେ ବିଭିନ୍ନ ପ୍ରକାର ଆଳ ଦେଖାଇ ଅଫିସରେ ଅନୁପସ୍ଥିତି ରହିବାର ଦେଖିବାକୁ ମିଳୁଥିଲା। ଯାହା ଫଳରେ ପୌରପାଳି ପାଳିକାରେ ସମସ୍ତ କାମ ପ୍ରାୟ ଠପ ହେବା ପରି ପରିସ୍ଥିତି ଉପୁଜି ଥିଲା। ଏମିତି କି ଲୋକମାନେ ବାରମ୍ବାର ନିଜର ବିଭିନ୍ନ ଅଭିଯୋଗ ଲାଗି ଭେଟ କରିବାକୁ ଆସି ନିରାଶ ହୋଇ ଫେରୁଥିଲେ।

ପୌରପାଳିକାର ଏପ୍ରକାର ଏପ୍ରକାର ବ୍ୟବସ୍ଥାରେ କର୍ମଚାରୀ ବି ଅତିଷ୍ଟ ହୋଇପଡ଼ିଥିଲେ। ବିଗତ ମାସ ଆଗକୁ ପାର୍ବଣର ପର୍ବ ଥ‌ିବା ସତ୍ତ୍ବେ ମହିଳା ଅଧିକାରିଣୀ ନିଜର ଦରମାକୁ ରିଲିଜ କରି ନେଇ ଅନ୍ୟ କର୍ମଚାରୀଙ୍କ ଦରମା କରିନଥିଲେ। ଗତ କିଛି ଦିନ ତଳେ ପୌରପାଳିକା ଅଧ୍ଯକ୍ଷା ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଯଦିଓ ପୂଜାଛୁଟି ପୂର୍ବରୁ କିଛି କର୍ମଚାରୀଙ୍କ ଦରମା ହୋଇଥିଲା ଏଯାବତ ଅନ୍ୟ କର୍ମଚାରୀମାନେ ଦରମା ପାଇନଥିବା ଜଣାପଡିଥିଲା। ଦରମା ନପାଇ କର୍ମଚାରୀମାନେ ନାହିଁ ନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅନ୍ୟ ପକ୍ଷରେ ୪/୫ ମାସ ହେଲା ଠିକାଦାରଙ୍କର ବିଲ ନହେବାରୁ ସହରରେ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଉପୁଜୁଛି। ଏମିତି କି ଆଗକୁ "ଦୀପାବଳି ଓ ଛଟ " ଭଳି ବଡ ପର୍ବ ଆସୁଥିବାରୁ ଠିକାଦାରମାନଙ୍କର ଚିନ୍ତା ବଢିଛି। ପ୍ରକାଶ ଥାଉ କି ଗତ ୨୩/୦୯/୨୫ରେ ପୌରପାଳିକାରେ ନୂତନ କାର୍ଯ୍ୟନିର୍ବାହୀ ଅଧୂକାରୀ ରୂପେ ଗୋବିନ୍ଦ ଦଣ୍ଡସେନାଙ୍କୁ ନିଯୁକ୍ତିର ଅନୁମତି ମିଳିବା ସତ୍ତ୍ବେ ପ୍ରାୟ ୨୦ ଦିନ ହେବ ସେ କାର୍ଯ୍ୟରେ ଯୋଗ ନଦେବା କଥା ସହରରେ ବୁଦ୍ଧିଜୀବୀ ମହଲରେ

ଚର୍ଚ୍ଚାର ବିଷୟ ପାଲଟିଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ କେଉଁ କାରଣରୁ ରକାରଙ୍କ ନିୟମକୁ ଉଲଂଘନ କରୁଛନ୍ତି ତାହା ଜଣାପଡୁନି। ଏପଟେ ଅଧିକାରୀଙ୍କ ଅନୁପସ୍ଥିତିରେ ସହରରେ କୌଣସି ଉନ୍ନତିମୂଳକ କାମ ହେବାତ ଦୂରର କଥା ସହରରେ ଗଳି କନ୍ଦିରେ ପରିମଳ ଓ ସ୍ବଛତା ଉପରେ ପ୍ରଭାବ ପକାଉଛି । ଅପରପକ୍ଷରେ ଅଧୂକାରୀଙ୍କ ଅନୁପସ୍ଥିତରୁ ପୌରପାଳିକାରେ ହେଉଥ‌ିବା ଦୁର୍ନୀତିର ଗନ୍ଧ ବେଶ ବାରି ହେଉଛି । ରାଜଗାଙ୍ଗପୁର ସହରର ସ୍ବାର୍ଥକୁ ଆଖ୍ ଆଗରେ ରଖ୍ ପୌରପାଳିକାର ପରିସ୍ଥିତିକୁ ସ୍ବାଭାବିକ କରିବା ଲାଗି ଉଚ୍ଚ କର୍ତ୍ତୃପକ୍ଷ ଧ୍ଯାନ ଦେବାକୁ ସହରବାସୀ ଦାବି କରିଛନ୍ତି ।

0
0
0
s2sdefault