ସୁବର୍ଣ୍ଣପୁର,ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଦିବସ ପାଳନ ଅବସରରେ ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦେବାଶିଷ ଦାଶ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ, ଅଞ୍ଜଲିନା ପ୍ରଧାନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ସୁବର୍ଣ୍ଣପୁର, ଶ୍ରୀମତି ଉଷାରାଣୀ ଦାଶ, ଭାରପ୍ରାପ୍ତ ଉପଜିଲ୍ଲାପାଳ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଏହି ଦିବସ ପାଳନ କରିବାର ଗୁରୁତ୍ତ୍ଵ, ତାପ୍ତର୍ଯ୍ୟ, ଓ ବରିଷ୍ଠ ନାଗରିକ ମାନଙ୍କ ଦିନଚର୍ଯ୍ୟା ଉପରେ ଉପସ୍ଥାପନ କରିଥିଲେ।ଅତିଥିମାନେ ବୃଦ୍ଧ ନାଗରିକମାନଙ୍କ ଅଧିକାର, ସୁରକ୍ଷା, ରକ୍ଷଣାବେକ୍ଷଣ ଓ ସୁଖମୟ ଜୀବନ ନେଇ ମତାମତ ବ୍ୟକ୍ତ କଲେ। ସେମାନେ ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମାଜର ଦାୟିତ୍ୱ ଓ ସେମାନଙ୍କୁ ସମ୍ମାନ ଦେବାର ଆବଶ୍ୟକତା ଉପରେ ଜୋର ଦେଲେ। ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସୋନପୁର ମ୍ୟୁନିସିପାଲିଟିର। ବରିଷ୍ଠ ନାଗରିକ ମାନେ ଅଂଶ ଗ୍ରହଣ କରିଥିଲେ । ତତ୍ ସହିତ ଜିଲ୍ଲାର ବିଭିନ୍ନ ବରିଷ୍ଠ ନାଗରିକ କମିଟି ର ସଦସ୍ୟ ଓ ସ୍ଥାନୀୟ ସ୍ଵେଚ୍ଛା ସେବି ସଂସ୍ଥା (NGO) ମାନଙ୍କ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେମାନଙ୍କ ଅନୁଭବ , ବରିଷ୍ଠ ନାଗରିକଙ୍କ ଅସୁବିଧା ଓ ଆଇନଗତ ଅଧିକାର ତଥା ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସୋନପୁର ସହର ବରିଷ୍ଠ ନାଗରିକ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ଅବସରପ୍ରାପ୍ତ ଅଧ୍ୟକ୍ଷ ସୋନପୁର ମହାବିଦ୍ୟାଳୟ ବକ୍ତା ଭାବରେ ଯୋଗଦାନ କରିଥିଲେ। ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଉପସ୍ଥିତ ଅନେକ ବରିଷ୍ଠ ନାଗରିକ ସେମାନଙ୍କର ମନର ଭାବ ଅଭିଭାଷଣ ମାଧ୍ୟମରେ ଉପସ୍ଥାପନ କରିଥିଲେ ଓ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକ ମାନଙ୍କ ଏକ ତାଲିକା ପ୍ରସ୍ତୁତ କରି ନିୟମିତ ଅଧୁନାତନ କରିବା ସଙ୍ଗେ ସଙ୍ଗେ ଏହି ଦିବସ ପାଳନ ଅବସରରେ ପ୍ରତି ବର୍ଷ ବରିଷ୍ଠ ନାଗରିକ ଲେଖା ସମ୍ବଳିତ ଏକ ବାର୍ଷିକ ପତ୍ରିକା ପ୍ରକାଶନ କରିବା ପାଇଁ ବରିଷ୍ଠ ନାଗରିକ ମାନଙ୍କ ତରଫରୁ ଏକ ପ୍ରସ୍ତାବ ଆଗତ ହୋଇଥିଲା।
ଏହି ଅବସରରେ ଜିଲ୍ଲାର ସତାୟୁ ବରିଷ୍ଠ ନାଗରିକ ଶ୍ରୀ ବଂଶୀଧର ନାୟକ ତରଭାଙ୍କୁ ଜିଲ୍ଲାପାଳ ଡ଼ା. ସାହୁଙ୍କ ହସ୍ତରେ ସମ୍ମାନିତ କରାଯାଇଲା। ଏଥି ସହିତ ବିଭିନ୍ନ କ୍ଷେତ୍ର ରେ କୃତିତ୍ଵ ହାସଲ କରିଥିବା ବରିଷ୍ଠ ନାଗରିକ ସଂଘର ୧୦ଜଣ ସଦସ୍ୟ ବରିଷ୍ଠ ନାଗରିକ ଇନ୍ଦ୍ରମଣି ଦାଶ, ବରିଷ୍ଠ ଆଇନଜୀବି ପୂର୍ଣ୍ଣ ଚନ୍ଦ୍ର ଦାଶ, ଅବସର ପ୍ରାପ୍ତ, ମେଡିକାଲ ଅଫିସର, ସୋନପୁର, ପ୍ରତାପ ଶଙ୍କର ପାଣିଗ୍ରାହୀ, ବୀରମହାରାଜପୁର,ଗୋପୀନାଥ ମହାକୁର, ବୀରମହାରାଜପୁର ନନ୍ଦ କିଶୋର ମିଶ୍ର, ବରିଷ୍ଠ ସାମ୍ବାଦିକ, ପ୍ରମୋଦ କୁମାର ମହାପାତ୍ର,ପୂର୍ବତନ ସରପଂଚ, ବୀରମହାରାଜପୁର, ଅଶୋକ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ତରଭ ରଜ କିଶୋର ସାହୁ, ଅବସରପ୍ରାପ୍ତ ଶିକ୍ଷକ ତଥା ପ୍ରମୋଦ କୁମାର ପଣ୍ଡା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ବିନିକା ବ୍ଲକ ଓ ସନ୍ତୋଷ କୁମାର ସାହୁ,ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବିନିକା ବ୍ଲକଙ୍କୁ ଜିଲ୍ଲାପାଳ ଙ୍କ ଦ୍ଵାରା ପୁଷ୍ପଗୁଚ୍ଛ, ବ୍ୟାଗ, ଛତା ଓ ଉପଢୌକନ ଦେଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଦିବସ ପାଳନ ଅବସରରେ ଜିଲ୍ଲାର ଜନସାଧାରଣ ଓ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ସମ୍ବାଦପତ୍ର ର ସାମ୍ବାଦିକ ଓ ବୈଦ୍ୟୁତିକ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତଥିଲେ । ପ୍ରଭାସ କୁମାର କର୍ଣ୍ଣ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ଙ୍କ ଦ୍ବାରା କାର୍ଯକ୍ରମ ର ପରିଚାଳନା ଓ ଧନ୍ୟବାଦ ଅର୍ପଣ କରଯାଇଥିଲା
ରାଜ୍ୟ
ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ।
- Hits: 72