ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅଧିନସ୍ଥ ରାଜାଲୋକା ପଞ୍ଚାୟତର ରାଜାଲୋକା ଗ୍ରାମର ସାର୍ବଜନୀନ ଦୁର୍ଗାପୂଜ ରାଜାଲୋକା ରାବଣପୋଡ଼ି ଉତ୍ସବ କମିଟି ଆନୁକୁଲ୍ୟରେ ଆୟୋଜିତ ୧୭ ତମ ରାବଣପୋଡ଼ି ଉତ୍ସବ ଗତକାଲି ବୁଧବାର ସନ୍ଧ୍ୟା ୮ ଘଟିକା ସମୟରେ ପଞ୍ଚାୟତ ଉପକଣ୍ଠ ହାଟ ପଡିଆ ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ଏ ପରିପେକ୍ଷିରେ ପଡ଼ିଆରେ ୪୪ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା । ରାବଣପୋଡ଼ି ଉତ୍ସବରେ ରାବଣଙ୍କ ପ୍ରତିମୂର୍ତ୍ତି ଶରୀର ତଥା ପଡିଆର ବିଭିନ୍ନ ଦିଗରେ ପଶ୍ଚିମବଙ୍ଗ ରାଜ୍ୟ କଣ୍ଟେଇ ର ରୋଷଣୀ ପ୍ରସ୍ତୃତ କର୍ତ୍ତାଙ୍କ ଦ୍ଵାରା ବାଣ ଖଞ୍ଜିତ କରାଯାଇଥିଲା ।ରାବଣପୋଡ଼ି ଉତ୍ସବ ପ୍ରତିବର୍ଷ ପରି ଲୋକଙ୍କ ସମାଗମକୁ ନଜରରେ ରଖି ଚଳିତ ବର୍ଷ ୧୫ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ଭିଡ଼କୁ ଆଶା କରିବାକୁ ନେଇ କମିଟି ତତ୍ପର ହେବାସହିତ ଝାରପୋଖରିଆ ପୋଲିସ ର ସହାୟତାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ଅନୁରୋଧ କରିଥିଲେ। ଉକ୍ତ ରାବଣପୋଡ଼ି ଉତ୍ସବ ପାରିପେକ୍ଷିରେ ଗତ କାଲି ସନ୍ଧ୍ୟା ୭ ଘଟିକା ସମୟରେ ସାଂସ୍କୃତିକ ମାଧ୍ୟମରେ ପଶ୍ଚିମବଙ୍ଗ ରାଜ୍ୟ ମେଦିନୀପୁର ଜିଲ୍ଲା ଝାଡଗ୍ରାମ ଅଞ୍ଚଳର ନ୍ୟୁ ଲିଟିଲ୍ ଷ୍ଟାର ଡେନ୍ସ ଟ୍ରପ (ଚନ୍ଦ୍ରପୁର) ଦ୍ଵାରା ମେଲୋଡି ପରିବେଷଣ କରାଯାଇଥିଲା ।ତତ୍ପରେ ରାବଣପୋଡ଼ି ଉତ୍ସବରେ ରୋଷଣୀ ଆତସବାଜି ଦ୍ଵାରା ଉତ୍ସବ ପଡିଆ ପ୍ରକମ୍ପିତ ହୋଇଥିଲା ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ମମତା ମହାନ୍ତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜାଲୋକା ସରପଞ୍ଚ ରବିନାରାୟଣ ସିଂ, ୱାର୍ଡ ସଭ୍ୟା ଯାଜ୍ଞ୍ୟସେନୀ ପ୍ରତିହାରୀ,ସାରସକଣା ବ୍ଳକ୍ ବି ଜ ଦ ସଭାପତି ମଣିଶଙ୍କର ବାରିକ, ଝାରପୋଖରିଆ ଥାନା ଅଧିକାରୀ ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥାଇ ରାତ୍ର ୧୦: ୧୫ ମିନିଟ୍ ସମୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତ ଦୁଶ୍ଚରିତ୍ର ରାବଣ ପ୍ରତିମୂର୍ତ୍ତି ଶରୀରରେ ଆତସବାଜି ଅଗ୍ନି ସଂଯୋଗ କରି ରାବଣପୋଡ଼ି ଉତ୍ସବ ସମ୍ପାଦନା କରିଥିଲେ । ଉକ୍ତ ରାବଣପୋଡ଼ି ଉତ୍ସବଟିକୁ ସଂଗଠନର ତନ୍ମୟ ସାହୁ,ଧିରୋଜ ସାହୁ,କ୍ଷିରୋଦ ଚଂଦ୍ର ଦାସ, ରାମଜୀବନ ଦତ୍ତ, ସୁରଜିତ ମହାନ୍ତି, ପ୍ରସଂଜିତ ମଣ୍ଡଳ, ମୁରଲୀ ବାରିକ, ମୁକେଶ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ
ରାଜ୍ୟ
ଅପେକ୍ଷା ର ଅନ୍ତ: ଶେଷରେ ହେଲା ରାବଣପୋଡ଼ି
- Hits: 47