ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା୧୦.୧୧.୨୦୨୫-/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ପାଳିତ ହୋଇଯାଇଅଛି।ଏହି ଉପଲକ୍ଷେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ବିଧାୟକ ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ କହିଲେ ବରିଷ୍ଠ ନାଗରିକ ମାନଙ୍କର ଅଭିଜ୍ଞତା ଓ ଅନୁପ୍ରେରଣା ସର୍ବଦା ଜିଲ୍ଲା ପାଇଁ କାମ୍ୟ। ସେମାନଙ୍କର ଆଶୀର୍ବାଦ ରେ ଜଗତସିଂହପୁର ଜିଲ୍ଲାର ପ୍ରଗତି ଦ୍ଵିଗୁଣିତ ହେବ। ସେମାନଙ୍କର ସମସ୍ତ ସୁବିଧା ଅସୁବିଧାକୁ ଶୁଣି ବିଧାୟକ ଶ୍ରୀ ଦାସ ବରିଷ୍ଠ ନାଗରିକ ଙ୍କ ନିମନ୍ତେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ତଥା ବ୍ୟାଙ୍କ ମାନଙ୍କରେ ସ୍ଵତନ୍ତ୍ର ଧାଡ଼ି ର ବ୍ୟବସ୍ଥା, ସମସ୍ତ ସୁବିଧା ସୁଯୋଗ ଥିବା ଏକ ବିଶ୍ରାମଗାର, ସରକାରୀ କାର୍ଯ୍ୟାଳୟ ରେ ଅଗ୍ରାଧିକାର ଭିତ୍ତରେ ସେମାନଙ୍କର କାର୍ଯ୍ୟ ସମ୍ପାଦନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଙ୍କ ସହ ପରାମର୍ଶ କରିବେ ବୋଲି କହିଥିଲେ। ଆବଶ୍ୟକୀୟ ଦାବି ପୂରଣ ହୋଇ ପାରିଲେ ହିଁ ବରିଷ୍ଠ ନାଗରିକ ମାନଙ୍କୁ ଉପଯୁକ୍ତ ସମ୍ମାନ ମିଳିପାରିବ ବୋଲି ବିଧାୟକ କହିଥିଲେ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ର ସଭାପତି ଶ୍ରୀ ମନୋଜ କୁମାର ଭୋଇ ବରିଷ୍ଠ ନାଗରିକ ମାନଙ୍କୁ ସୁସ୍ଥ ସମାଜର ସୂତ୍ରଧର ବୋଲି କହିଥିଲେ। ସେମାନଙ୍କର ପ୍ରେରଣା ରେ ଜିଲ୍ଲା ବିକାଶ ରାସ୍ତାରେ ଅଗ୍ରସର ହେବ ବୋଲି ଶ୍ରୀ ଭୋଇ ମତ ପ୍ରକାଶ କରିଥିଲେ। ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ବରିଷ୍ଠ ନାଗରିକ ମାନଙ୍କର ଅଭିଜ୍ଞତା ଓ ଦିଗଦର୍ଶନ ସର୍ବଦା କର୍ମଜୀବନ ଓ ବ୍ୟକ୍ତିଗତ ଜୀବନକୁ ଆଲୋକିତ କରିଥାଏ ବୋଲି କହିଥିଲେ।ସଭାରେ ଯୋଗ ଦେଇ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ବରିଷ୍ଠ ନାଗରିକ ମାନେ ସର୍ବଦା ପୂଜ୍ୟ ଓ ସେମାନଙ୍କର ଅଭିଜ୍ଞତା ତଥା ଆଶୀର୍ବାଦ ସମାଜ କୁ ବିକାଶ ଦିଗରେ ଅଗ୍ରଗତି କରାଇବ ବୋଲି ସେ କହିଥିଲେ।ପ୍ରେମାନନ୍ଦ ପଢ଼ିଆରୀ
ଉପ ସଭାପତି, ବରିଷ୍ଠ ନାଗରିକ ମହାମଞ୍ଚ ଜଗତସିଂହପୁର, ବରିଷ୍ଠ ନାଗରିକ ମାନଙ୍କର ସୁବିଧା ଅସୁବିଧା କଥା ଉପସ୍ଥାପନ କରିଥିଲେ। ବିଶିଷ୍ଟ ବରିଷ୍ଠ ନାଗରିକ ଶ୍ରୀ ଗୌରାଙ୍ଗ ଚରଣ ହୋତା ଏହି ଦିବସ ଟିକୁ ତାର ଯଥୋଚିତ ଦିନରେ ପାଳନ କରିବା ପାଇଁ ପ୍ରସ୍ତାବ ରଖିଥିଲେ।ପରେ ବିଶିଷ୍ଟ ବରିଷ୍ଠ ନାଗରିକ ମାନଙ୍କୁ ଅତିଥିମାନେ ସାଲ, ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ। ଏହି ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ୮୦ ବର୍ଷ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ମାନଙ୍କୁ ୩୫୦୦ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଥିଲା। ଏଥିସହ ଯେଉଁମାନେ ଚାଲିବାର ଅସୁବିଧା ଭୋଗ କରୁଛନ୍ତି ସେମାନଙ୍କୁ ଆଶ୍ରା ବାଡି ପ୍ରଦାନ କରାଯାଇଥିଲା।ବିଭିନ୍ନ ବ୍ଲକ୍ ର ବରିଷ୍ଠ ନାଗରିକ ମଞ୍ଚ ର ଅଧ୍ୟକ୍ଷ ତଥା କର୍ମକର୍ତ୍ତା ମାନଙ୍କୁ ମଧ୍ୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଜିଲ୍ଲାର ବରିଷ୍ଠ ନାଗରିକମାନେ ନିଜ ନିଜର ବକ୍ତବ୍ୟରେ ଜିଲ୍ଲାରେ ବରିଷ୍ଠ ଜନସାଧାରଣଙ୍କର ବିଭିନ୍ନ ସୁବିଧା ଅସୁବିଧା କଥା ମୁଖ୍ୟ ଅତିଥିଙ୍କୁ ଜଣାଇଥିଲେ।ସକାଳ ୮ ଘଟିକାରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ୱାକାଥନ, ଯୋଗାଭ୍ୟାସ,ପରେ ଅଭିଜ୍ଞ ଡାକ୍ତରଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପାଲା ଓ ନୃସିଂହ ମଲ୍ଲିକ ଙ୍କ ଦ୍ଵାରା ମ୍ୟାଜିକ ପରିବେଷଣ କରାଯାଇଥିଲା। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତା ନାୟକ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ନାଗରିକ ଫୋରମ୍ ର ଉପ ସଭାପତି ଶ୍ରୀ ମଧୁସୂଦନ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି,ଜିଲ୍ଲା ବରିଷ୍ଠ ନାଗରିକ ମହମଞ୍ଚର ସଦସ୍ୟ, ବିଭିନ୍ନ ବ୍ଲକ୍ ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚ ର ସଦସ୍ୟ, ସହରର ବୁଦ୍ଧିଜୀବୀ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ଦିନଟିକୁ ଉପଭୋଗ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ କର୍ମକର୍ତ୍ତା ,କନିଷ୍ଠ ସହାୟକ ଓ ପ୍ରୋଗ୍ରାମ ସହାୟକ ସହଯୋଗ କରିଥିଲେ l

0
0
0
s2sdefault