ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ 'ମହକ' ଓ 'ଉତ୍ସାହ ' ୨୦୨୫-୨୬

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୦.୧୦.୨୦୨୫/ସୁମନ୍ତ କୁମାର ଦାସ: ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଜଗତସିଂହପୁର ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସଵ ମହକ ଓ ଉତ୍ସାହ ୨୦୨୫-୨୬ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମ ଜଗତସିଂହପୁର ଓ ଶିଶୁ ଆଶ୍ରମ ଜଗତସିଂହପୁର ଠାରେ ତା ୦୯.୧୦.୨୦୨୫ ଏବଂ ୧୦.୧୦.୨୦୨୫ ତାରିଖରେ ଅନୁଷ୍ଠିତ ହୋଇଯାଇଅଛି | ଜଗତସିଂହପୁରର ଦୁଇଗୋଟି ପଂଜିକୃତ ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶିଶୁ ଆଶ୍ରମ ଜଗତସିଂହପୁର ଏବଂ ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ନିମିଡ଼ି ପାରାଦୀପ, ଜଗତସିଂହପୁର ର ପିଲାମାନେ ଅଂଶଗ୍ରହଣ କରିଥିଲେ | ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ନେତୃତ୍ୱ ଗୁଣର ପରିସ୍ପୁଠନ ଏବଂ ଶିଶୁ ସୁରକ୍ଷା ବିଷୟରେ ସଚେତନ ସୃଷ୍ଟି କରିବା ଏହି କାର୍ଯ୍ୟର ମୂଳ ଲକ୍ଷ୍ୟ ଅଟେ |
ଉତ୍ସାହ କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା ୧୦୦ମିଟର,୨୦୦ ମିଟର ଦୌଡ ,କ୍ୟାରମ,ଚେସ, ଲମ୍ବ ଡିଆଁ ,ଉଚ୍ଚ ଡିଆଁ ପ୍ରତିଯୋଗିତା ୧୨-୧୮ ବର୍ଷ ବୟସର ପିଲାମାନଙ୍କ ଉଭୟ ବାଳକ ଓ ବାଳିକା ବର୍ଗ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ସେହିପରି ମହକ କାର୍ଯ୍ୟକ୍ରମରେ ବକ୍ତୃତା, ଜଣା ଅଜଣା କାର୍ଯ୍ୟକ୍ରମ, ଚିତ୍ରାଙ୍କନ , ସଙ୍ଗୀତ ଏବଂ ଦଳଗତ ନୃତ୍ୟ ପ୍ରତିଯୋଗିତା ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା |
ଉଭୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲା ମାନଙ୍କୁ ବରେନ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଯେଉଁ ମାନେ ଆସନ୍ତା ନଭେମ୍ବର ୨୦୨୫ ରେ ରାଜ୍ୟ ସ୍ତରୀୟ ମହକ ଓ ଉତ୍ସାହ ୨୦୨୫-୨୬ ରେ ଅଂଶ ଗ୍ରହଣ କରିବେ |
ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସଵରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ , ଶିଶୁ ମଙ୍ଗଳ କମିଟିର ଅଧ୍ୟାକ୍ଷା ଶ୍ରୀମତୀ ଶକୁନ୍ତଳା ଚୋୖଧୁରୀ, ଶିଶୁ ଆଶ୍ରମର ସମ୍ପାଦକ ଶ୍ରୀଯୁକ୍ତ ବିନାୟକ ପଟ୍ଟନାୟକ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ନୁପ୍ରିୟା ସେଠି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ସାହୁ , ଅତିରିକ୍ତ ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ରଞ୍ଜୁ ଦେଇ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ମମତା ନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ , ସୁରକ୍ଷା ଅଧିକାରୀ ଜଗଦୀଶ ସାହୁ ଉପସ୍ଥିତ ରହି ପିଲା ମାନଙ୍କୁ ଉଦ୍ବୋଧନ ଦେବା ସହିତ ପୁରସ୍କାର ବିତରଣ କରିଥିଲେ | ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶିଶୁ ସୁରକ୍ଷା ୟୁନିଟ, ଶିଶୁ ଆଶ୍ରମ, ଶ୍ରୀ ଲୋକନାଥ ଶିକ୍ଷାଶ୍ରମ ଏବଂ ଚାଇଲଡ ହେଲ୍ପ ଲାଇନର କର୍ମକର୍ତା ମାନେ ସହଯୋଗ କରିଥିଲେ | ଶେଷରେ ଜଗନ୍ନାଥ ମିଶ୍ର, ଆଇନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ |

0
0
0
s2sdefault