ହେଡଲାଇନସ୍:

ବରଗଡ଼ ବିଜ୍ଞାନ କେନ୍ଦ୍ରରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

“ କ୍ଵାଣ୍ଟମ ଯୁଗର ଆରମ୍ଭ : ସମ୍ଭାବନା ଓ ଆହ୍ଵାନ ”

ବରଗଡ଼:- ବରଗଡ଼ ବିଜ୍ଞାନ କେନ୍ଦ୍ର, ଟୁକୁର୍ଲା ସଭାଗୃହରେ ଜିଲ୍ଲାସ୍ତରୀୟ ବିଜ୍ଞାନ ସେମିନାର ଜିଲ୍ଲା ଶିକ୍ଷା କାର୍ୟାଳୟ, ବରଗଡ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ଜିଲ୍ଲାର ବିଭିନ୍ନ ବିଜ୍ଞାନଭିତ୍ତିକ ସଫଳତା ସହ ସେମିନାରର ଆଭିମୁଖ୍ୟ ଓ ନିୟମାବଳୀ ଜଣାଇଥିଲେ । ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବିଶ୍ଵନାଥ ସାହୁ ଯୋଗଦେଇ ଏକବିଂଶ ଶତାବ୍ଦୀରେ କ୍ଵାଣ୍ଟମ କଣିକା କିଭଳି ସାହାଯ୍ୟ କରିପାରିବ ଏବଂ ଏ ସମ୍ପର୍କିତ ନୂତନ ଉଦ୍ଭାବନ ପାଇଁ ପ୍ରତିଯୋଗୀ ମାନଙ୍କୁ ଆହ୍ଵାନ ଦେଇଥିଲେ । ଚଳିତ ବର୍ଷର ବିଜ୍ଞାନ ଆଲୋଚନା ଚକ୍ରର ବିଷୟ ବସ୍ତୁ, “କ୍ଵାଣ୍ଟମ ଯୁଗର ଆରମ୍ଭ : ସମ୍ଭାବନା ଓ ଆହ୍ଵାନ” ବିଷୟରେ ଜିଲ୍ଲାର ୧୨ଟି ବ୍ଲକରୁ ବିଜୟୀ ହୋଇ ଆସିଥିବା ୨୪ ଜଣ ପ୍ରତିଯୋଗୀ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ବିଚାରକ ଭାବେ ପି କେ ଏ ଆଇ ଇ ଟି ର ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର ନିରଞ୍ଜନ ପଣ୍ଡା ଓ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ବିଶ୍ଵଜିତ ସାହୁ ଯୋଗଦେଇଥିଲେ । ସେମିନାରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ବାନ୍ଦୁପାଲିର ସଂସ୍କାର ପଟ୍ଟନାୟକ ପ୍ରଥମ ସ୍ଥାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ଗୋବିନ୍ଦପୁରର ଶୁଭଶ୍ରୀ ମହାପାତ୍ର ଦ୍ଵିତୀୟ ସ୍ଥାନ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବରପାଲିର ଆଫ୍ରିନ ବାରିକ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ଜିଲାସ୍ତରରେ ବିଜୟୀ ପ୍ରଥମ ପ୍ରତିଯୋଗୀ ରାଜ୍ୟସ୍ତରକୁ ଉନ୍ନୀତ ହୋଇ ଆଗାମୀ ୧୫ ତାରିଖରେ ଭୁବନେଶ୍ଵରଠାରେ ତାଙ୍କର ସନ୍ଦର୍ଭ ଉପସ୍ଥାପନ କରିବେ । ସେମିନାର ଆରମ୍ଭରୁ ବିଜ୍ଞାନ ଶିକ୍ଷକ ପ୍ରିୟବ୍ରତ ସାହୁ ଓ ଶିକ୍ଷକ ଭବାନୀ ଶଙ୍କର ଗଡତିଆ ବିଭିନ୍ନ ବ୍ଲକରୁ ଆସିଥିବା କୃତି ଛାତ୍ରଛାତ୍ରୀଙ୍କ କୁଇଜ ପ୍ରତଯୋଗିତା ଅନୁଷ୍ଠିତ କରାଇଥିଲେ । ଉଦଯାପନୀ ସମାରୋହରେ ସଭାପତି ତଥା ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ଯୋଗଦାନ କରି ଛାତ୍ର/ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ଏବଂ ଉପସ୍ଥିତ ବିଚାରକଗଣ ଆଧୁନିକ ବିଜ୍ଞାନ ସହ ସମତାଳ ଦେଇ ଚାଲିବା ସହ ରାଜ୍ୟସ୍ତରରେ ସଫଳ ହେବାକୁ ବିଭିନ୍ନ ପରାମର୍ଶ ଦେଇଥିଲେ । ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ଗଡ଼ତିଆ ସ୍ଵାଗତ ଭାଷଣ ଦେବା ସହ ସଭା ଓ ସେମିନାର ସଂଯୋଜନା କରିଥିଲେ ଏବଂ ମାନସ ରଞ୍ଜନ ଶତପଥି ଓ ଲକ୍ଷ୍ମୀ ନାରାୟଣ ସାହା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ କେନ୍ଦ୍ର ସଂଯୋଜକ ଗୋପୀନାଥ ପ୍ରଧାନ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ସେମିନାରର ସଫଳତା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ ।

0
0
0
s2sdefault